ନୂଆପଡ଼ାରେ ଡ୍ରୋନ ସାହାଯ୍ୟରେ ଭିନ୍ନକ୍ଷମ ହିତାଧିକାରୀଙ୍କୁ ପେନସନ ଟଙ୍କା ପଠାଇଲେ ସରପଞ୍ଚ

ନୂଆପଡା: ଡ୍ରୋନରେ ପହଞ୍ଚିଲା ପେନସନ ଟଙ୍କା । ଦିବ୍ୟାଙ୍ଗ ହିତାଧିକାରୀଙ୍କ ନିକଟରେ ଭତ୍ତା ପହଞ୍ଚାଇବା ଲାଗି ଏପରି ଅଭିନବ ପ୍ରୟାସ କରିଛନ୍ତି ନୂଆପଡ଼ା ଭାଲେଶ୍ବର ଗ୍ରାମପଞ୍ଚାୟତର ସରପଞ୍ଚ ସରୋଜ ବାଇ ଅଗ୍ରୱାଲ ।  ନୂଆପଡା ଜିଲ୍ଲା ସଦରମହାକୁମା ସ୍ଥିତ ଭାଳେଶ୍ୱର ଗ୍ରାମ ପଞ୍ଚାୟତର ସରପଞ୍ଚ ସରୋଜ ବାଇ ଅଗ୍ରୱାଲଙ୍କ ନିଆରା ପ୍ରୟାସ । ଡ୍ରୋନ ସାହାଯ୍ୟରେ ପଠାଇଲେ ମଧୁବାବୁ ପେନସନ ଟଙ୍କା।

ଭୁତକାପଡା ଗାଁରେ ପ୍ରାୟ ୨୦ ଗୋଟି ଦଳିତ ଗରିବ ପରିବାର ବାସ କରନ୍ତି । ସେଠାରେ ଭିନ୍ନକ୍ଷମ ହେତୁରାମ ମଧ୍ୟ ବାସ କରନ୍ତି । ହେତୁରାମ ପେନସନ ଟଙ୍କା ପାଇବା ପାଇଁ ପଞ୍ଚାୟତ କାର୍ଯ୍ୟାଳୟ ଭାଳେଶ୍ୱରକୁ ଯାଇ ଟଙ୍କା ନେବା ସମ୍ଭବ ହେଉନଥିଲା ତେଣୁ ସରପଞ୍ଚ ମହାଶୟା ବୁଦ୍ଧି ଲଗାଇ ଏହି ଅଭିନବ ଉପାୟ କରି ବାସ୍ତବ ରୂପ ଦେଇଛନ୍ତି ।  ଏନେଇ ସରପଞ୍ଚ ସରୋଜ ବାଇ ଅଗ୍ରୱାଲ କହିଛନ୍ତି ଭାଳେଶ୍ୱର ପଂଚାୟତ ର ବିଛିନାଞ୍ଚଳ ରେ ବାସ କରୁଥିବା ଲୋକ ଙ୍କ ପାଖକୁ କିଭଳି ସୁବିଧା ପହଞ୍ଚାଇ ହେବ ଏଭଳି ଅନେକ କଥା ଭାବୁଥିଲି । ହଠାତ ଦିନେ ଖବର କାଗଜରେ ପଢିବାକୁ ପାଇଲି ବିଦେଶରେ ଡ୍ରୋନ ସାହାଯ୍ୟରେ ଅନେକ କାମ ହେଉଛି । ସେଠାରୁ ମୋ ମନରେ ଏକ ନୂଆ ଚିନ୍ତା ଧାରା ଜାଗ୍ରତ ହେଲା । ଏହା ପରେ ଡ୍ରୋନ ସାହାଯ୍ୟରେ ମଧୁବାବୁ ପେନସନ ପଠାଇବା ପ୍ରୟାସ କରି ସଫଳ ମଧ୍ୟ ହୋଇଛି ।

Related Articles

Back to top button