ଡିଏନ୍ ଗ୍ରୁପ୍ ଫାଙ୍କିଛି ୯୦ କୋଟିର ଟିକସ

DN ଗ୍ରୁପ୍ ଉପରେ ଆୟକର ବିଭାଗ ରେଡ୍‌ ଘଟଣାରେ ବଡ଼ ଖୁଲାସା । ରିଏଲ ଇଷ୍ଟେଟ୍ ବ୍ୟବସାୟୀ ଜଗଦୀଶ ପ୍ରସାଦ ନାଏକଙ୍କ ଡିଏନ୍ ଗ୍ରୁପ୍ ମୋଟ ୯୦କୋଟି ଟଙ୍କାର ଟିକସ ଫାଙ୍କିଛି ଓ ଚଢ଼ଉବେଳେ ମୋଟ ନଗଦ ୯.୭୪କୋଟି ଟଙ୍କା ଜବତ ହୋଇଥିଲା ବୋଲି ଆୟକର ବିଭାଗ ସୂତ୍ରରୁ ଜଣାପଡ଼ିଛି । ଡିଏନ୍ ଗ୍ରୁପ୍ ନିଜର ବିଭିନ୍ନ କମ୍ପାନୀ ମାଧ୍ୟମରେ ଲୁଚାଛପାରେ ମୋଟ ୨୧୦କୋଟି ଟଙ୍କା ନଗଦ ଟଙ୍କା ସଂଗ୍ରହ କରିଛି । ସେଥିରୁ ୯୦କୋଟି ଟଙ୍କା ଟିକସ ଫାଙ୍କି ଥିବାର ଦସ୍ତାବିଜ୍ ଚଢ଼ାଉବେଳେ ଆୟକର ବିଭାଗକୁ ମିଳିଛି । ଚଢ଼ଉ ବେଳେ ଡିଏନ୍ ଗ୍ରୁପ୍ ଠାରୁ ମୋଟ ୯.୭୪କୋଟି ଟଙ୍କା ନଗଦ ଅର୍ଥ ଜବତ ହୋଇଛି । ଯାହାକି ନଗଦ ଆକାରରେ ଓଡ଼ିଶାରେ ଏପର୍ଯ୍ୟନ୍ତ ସର୍ବାଧିକ ଜବତ ଟଙ୍କା ବୋଲି କୁହାଯାଉଛି । ସେହିପରି ଆୟକର ବିଭାଗ ୪ଦିନ ଧରି ଯେଉଁ ଚଢ଼ଉ କରି ଅନେକ ଡିଜିଟାଲ ତଥ୍ୟ, ହାତଲେଖା ଡାଏରୀ, ରିସିଦ୍ ଆଦି ଜବତ କରିଥିଲା । ଏସବୁର ଯାଂଚ ପରେ ୨୧୦କୋଟି ଟଙ୍କାର ନଗଦ ଟଙ୍କା ସଂଗ୍ରହ ହୋଇଥିବାର ସୂଚନା ମିଳିଛି । ଜମି, ଘରଯୋଗ୍ୟ ପ୍ଲଟ ଓ ଫ୍ଲାଟ ବିକ୍ରି ଉଦ୍ଦେଶ୍ୟରେ ଏହି ୨୧୦କୋଟି ଟଙ୍କା ସଂଗ୍ରହ ହୋଇଛି ।

Related Articles

Back to top button