ମାହାଙ୍ଗାରେ ଟ୍ରଲି ରିକ୍ସା ଉପରେ ରୋଗୀଙ୍କୁ ଚିକିତ୍ସା କରୁଛନ୍ତି ଡାକ୍ତର: ସୋସିଆଲ୍ ମିଡିଆରେ ଚର୍ଚ୍ଚା

ମାହାଙ୍ଗା: ଜଣେ ଡାକ୍ତରଙ୍କ ପାଇଁ ଚିକିତ୍ସା ଆଗ। ସ୍ଥାନ କାଳ କେଉଁଠି ବି ହେଉ। ରୋଗୀକୁ ସୁସ୍ଥ କରିବା ହିଁ ଜଣେ ଡାକ୍ତରଙ୍କ ମୂଳ କାମ। ଏଠାରେ ଘଟିଛି ସେମିତି କିଛି ଡାକ୍ତରଖାନା ବାହାରେ ଚାଲିଛି ରୋଗୀଙ୍କ ଚିକିତ୍ସା। ଟ୍ରଲି ରିକ୍ସା ଉପରେ ଥିବା ଜଣେ ରୋଗୀଙ୍କୁ ଚିକିତ୍ସା କରୁଛନ୍ତି ଜଣେ ଡାକ୍ତର। ଏହି ଘଟଣାର ଭିଡିଓ ସୋସିଆଲ୍ ମିଡିଆରେ, ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା।

ଖବର ଅନୁାସାରେ, ମାହାଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ନୃତାଙ୍ଗ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଡ଼ାକ୍ତର ସୂର୍ଯ୍ୟାସ୍ତ ସିଂ। ସେ ଟ୍ରଲି ରିକ୍ସା ଉପରେ ଜଣେ ରୋଗୀଙ୍କୁ ଚିକିତ୍ସା କରି ନିଜ ମହନିୟତାର ପରିଚୟ ଦେଇଛନ୍ତି। ତେବେ ଘଟଣା ପଛର ପ୍ରକୃତ କାହାଣୀ ଶୁଣିଲେ ଆପଣ ବି ଡାକ୍ତରଙ୍କୁ ସଲାମ୍ କରିବେ। ଟ୍ରଲି ଉପରେ ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କ ପରିଚୟ ରାଜକିଶୋର ଜେନା। ସେ ଜଣେ ମାନସିକ ବିକାରଗ୍ରସ୍ତ ହୋଇଥିବା ବେଳେ ତାଙ୍କର ଦୁଇଟି ଗୋଡ଼ ଘା ହୋଇ ପୋକ ହୋଇଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ମାହାଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ବି ସେଠାରେ ଥିବା ଡାକ୍ତର ତାଙ୍କୁ  ଫେରାଇ କଟକ ବଡ ଡାକ୍ତରଖାନାକୁ ନେବାକୁ କହିଥିଲେ। ଯାହାକି ଗାଁ ଲୋକଙ୍କ ପକ୍ଷେ ସମ୍ଭବ ନ ଥିଲା। କାହିଁକି ନା ସେହି ମାନସିକ ରୋଗୀର ପରିବାର କହିଲେ ଜଣେ ବୟସ୍କ ଦୃଷ୍ଟିହୀନ ମା ଆଉ ସିଏ। ପରେ ତାଙ୍କୁ ସ୍ଥାନୀୟ ନୃତାଙ୍ଗ ପ୍ରାଥମିକ ଚିକିତ୍ସାଳୟକୁ ଟ୍ରଲିରେ ଆଣାଯାଇଥିଲା। ସେଠାରେ ଥିବା ଡ଼ାକ୍ତର ସୂର୍ଯ୍ୟାସ୍ତ ସିଂ ତାଙ୍କୁ ଦେଖି ତାଙ୍କ ଚିକିତ୍ସା କରିବାକୁ ଆଗେଇ ଆସିଥିଲେ।

ରୋଗୀ ଜଣଙ୍କ ମାନସିକ ରୋଗୀ ହୋଇଥିବାରୁ ତାଙ୍କୁ ଟ୍ରଲି ରିକ୍ସାରୁ ତଳକୁ ଆଣି ମେଡିକାଲ ବେଡରେ ଚିକିତ୍ସା କରିବା ସମ୍ଭବ ନଥିଲା। ତେଣୁ ସେହି ଟ୍ରଲି ଉପରେ ତାଙ୍କୁ ଇଞ୍ଜେକ୍ସନ ଦେଇ ଚିକିତ୍ସା କରାଯାଇଥିଲା। ଏବେ ସେ ଧିରେ ଧିରେ ସୁସ୍ଥ ହେଉଛନ୍ତି।ଏମିତିକି ଡାକ୍ତର ସୂର୍ଯ୍ୟାସ୍ତ ତାଙ୍କ ଘରକୁ ସେ କେମିତି ଅଛନ୍ତି ନିଜେ ଦେଖିବା ପାଇଁ ଯିବା ସହିତ ଆଗକୁ କିପରି ସେ ଶୀଘ୍ର ସୁସ୍ଥ ହେବେ ସେ ନେଇ ପ୍ରତିଶୃତି ମଧ୍ୟ ଦେଇଛନ୍ତି। ଯାହାକୁ ନେଇ ସେହି ଗାଁ ଲୋକେ ବେସ୍ ଖୁସି ଅଛନ୍ତି।

Related Articles

Back to top button