ଆହତ ସମସ୍ୟା କାରଣରୁ ଟି-୨୦ ବିଶ୍ଵ କପ୍‌ରୁ ବାଦ୍ ପଡିଲେ ଯଶପ୍ରୀତ ବୁମରା

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ଵ କପ୍‌କୁ ଆଉ କେଇଟି ଦିନ ବାକି ରହିଛି। ଏହା ପୂର୍ବରୁ ଭାରତୀୟ ଦଳକୁ ଲାଗିଛି ଶକ୍ତ ଧକ୍କା। ଦଳର ପ୍ରମୁଖ ବୋଲର ଯଶପ୍ରୀତ ବୁମରା ଆହତ କାରଣରୁ ଟି-୨୦ ବିଶ୍ଵ କପ୍‌ରୁ ବାଦ୍ ପଡିଛନ୍ତି। ବିସିସିଆଇ ପକ୍ଷରୁ ଅଦ୍ୟାବଧି ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ। ତେବେ ସମାଚାର ଏଜେନ୍ସି ପିଟିଆଇ ବିସିସିଆଇ ସୂତ୍ରରୁ ଗୁରୁବାର ଏହି ସୂଚନା ମିଳିଛି।

ଆହତଜନିତ ସମସ୍ୟାରୁ ମୁକୁଳିବା ପରେ ଯଶପ୍ରୀତ ବୁମରା ଅଷ୍ଟ୍ରେଲିଆ ସିରିଜ୍‌ରେ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ସଂପୂର୍ଣ୍ଣ ଫିଟ୍ ହୋଇନଥିବାରୁ ପ୍ରଥମ ମ୍ୟାଚ୍ ଖେଳି ପାରିନଥିଲେ। ଅଷ୍ଟ୍ରେଲିଆ ବିପକ୍ଷରେ ଶେଷ ଦୁଇଟି ମ୍ୟାଚ୍ ଖେଳିଥିଲେ ହେଁ ଦକ୍ଷିଣ ଆଫ୍ରିକ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳିନଥିଲେ। ଆଉ ଏବେ ଦକ୍ଷିଣ ଆଫ୍ରିକା ସିରିଜ୍ ସହ ଟି-୨୦ ବିଶ୍ଵ କପ୍‌ରୁ ବାଦ୍ ପଡିଛନ୍ତି ଦଳର ତାରକା ବୋଲର ବୁମରା।

ସୂଚନା ଅନୁଯାୟୀ, ବୁମରାଙ୍କ ଆଘାତ ଗମ୍ଭୀର ରହିଛି। ବୁମରାଙ୍କ ପିଠିରେ ଗୁରୁତର ଲାଗିଥିବା କୁହାଯାଉଛି। କ୍ରିକେଟ୍‌ ମଇଦାନରୁ ତାଙ୍କୁ ପାଖାପାକି ୪ରୁ ଛଅ ମାସ ଦୂରରେ ରହିବାକୁ ପଡିପାରେ। ଫଳରେ ତାଙ୍କୁ ଟି-୨୦ ବିଶ୍ଵ କପ୍‌ରୁ ବାଦ୍ ଦିଆଯାଇଛି। ଟି-୨୦ ବିଶ୍ଵ କପ୍‌ ଦଳରେ ଷ୍ଟାଣ୍ଡବାଇ ଖେଳାଳି ଭାବେ ସାମିଲ୍ ଦଳର ଅନ୍ୟ ଏକ ପ୍ରମୁଖ ବୋଲର ମହମ୍ମଦ ଶାମିଙ୍କୁ ଦଳରେ ସ୍ଥାନ ମିଳିପାରେ। ଅନ୍ୟପକ୍ଷେ ମହମ୍ମଦ ସିରାଜଙ୍କୁ ଷ୍ଟାଣ୍ଡବାଇ ଖେଳାଳି ତାଲିକାରେ ରଖାଯାଇପାରେ।

Related Articles

Back to top button