ଭାସ୍କର ଚନ୍ଦ୍ର ପାତ୍ର ହେଲେ ଆସିଏଆର- ଜାତୀୟ ଧାନ ଗବେଷଣା କେନ୍ଦ୍ର ନିର୍ଦ୍ଦେଶକ

ଭୁବନେଶ୍ୱର: ଡ. ଭାସ୍କର ଚନ୍ଦ୍ର ପାତ୍ର ଆଇସିଏଆର- ଜାତୀୟ ଧାନ ଗବେଷଣା କେନ୍ଦ୍ର କଟକର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେପ୍ଟେମ୍ବର ୧ ତାରିଖ ଦିନ ଡ. ପାତ୍ର କାର୍ଯ୍ୟରେ ଯୋଗ ଦେଇଛନ୍ତି।

ପୂର୍ବତନ ନିର୍ଦ୍ଦେଶିକା ଡ. ପଦ୍ମିନୀ ସ୍ୱାଇଁଙ୍କ ଅବସର ପରେ ଭାସ୍କର ଚନ୍ଦ୍ର ନୂଆ ନିର୍ଦ୍ଦେଶକ ଭାବେ ଯୋଗ ଦେଇଛନ୍ତି।

ସେ ଭୁବନେଶ୍ୱରର ଉତ୍କଳ ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ର । ଉତ୍କଳ ବିଶ୍ୱବିଦ୍ୟାୟରୁ ତାଙ୍କ ସ୍ନାତୋକତ୍ତର (ଉଦ୍ଭିଦ) ଏବଂ ପିଏଚଡି (ପ୍ଲାଣ୍ଟ ଟ୍ୟାକ୍ସୋନୋମି) ଯଥାକ୍ରମେ ୧୯୮୨ ଏବଂ ୧୯୮୯ରେ ସଂପୂର୍ଣ୍ଣ କରିଛନ୍ତି।

ସେ ୧୯୮୬ ମସିହାରେ ଅଲ ଇଣ୍ଡିଆ କୃଷି ଅନୁସନ୍ଧାନ ସେବା ପରୀକ୍ଷାରେ ନିଯୁକ୍ତି ପାଇଥିଲେ । ୧୯୯୦ ମସିହାରେ କଟକ ଆଇସିଏଆର- ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ବୈଜ୍ଞାନିକ ଭାବେ ଯୋଗ ଦେଇଥିଲେ।

ପରବର୍ତ୍ତୀ ସମୟରେ ତାଙ୍କୁ ୧୯୯୯ ମସିହାରେ ବରିଷ୍ଠ ବୈଜ୍ଞାନିକ ଏବଂ ୨୦୦୭ ମସିହାରେ ପ୍ରଧାନ ବୈଜ୍ଞାନିକ ପଦବୀକୁ ପଦୋନ୍ନତି ମିଳିଥିଲା।

ଡ. ପାତ୍ର ୧୧ ଜୁନ ୧୯୬୧ ମସିହାରେ ବାଲେଶ୍ୱରର ସହଦେବଖୁଣ୍ଟାରେ ଜନ୍ମଗ୍ରହଣ କରିଥିଲେ। ୧୯୭୬ ମସିହାରେ ମାଟ୍ରିକ୍ ଏବଂ ୧୯୮୦ ମସିହାରେ ବାଲେଶ୍ୱରର ଫକୀର ମୋହନ କଲେଜରୁ ସ୍ନାତକ ହାସଲ କରିଥିଲେ।

Related Articles

Back to top button