ନବୀନଙ୍କୁ ଭାଇ ବୋଲି ସମ୍ବୋଧନ କଲେ ରାଷ୍ଟ୍ରପତି ପ୍ରାର୍ଥୀନୀ ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର: ଏନ୍‌ଡିଏ ସମର୍ଥିତ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଶୁକ୍ରବାର ସକାଳେ ଦିଲ୍ଲୀରୁ ଏକ ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ଆସିଥିଲେ। ଏଠାରେ ପହଞ୍ଚିବା ପରେ ସିଧା ଅତିଥି ଭବନ ଯାଇଥିଲେ। ସେଠାରୁ ପୁଣି ବିଧାନସଭା ଆସିଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ପାଛୋଟି ନେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିଧାନସଭାର ସମ୍ମିଳନୀ କକ୍ଷରେ ବିଜେଡି ଏମ୍‌ପି ଓ ବିଧାୟକଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା।

ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କୁ ଭାଇ କହି ସମ୍ବୋଧନ କରିଥିଲେ ଦ୍ରୌପଦୀ। ସେ ଆହୁରି ମଧ୍ୟ କହିଥିଲେ, ମୁଖ୍ୟମନ୍ତ୍ରୀଙ୍କ ହାତରେ ମୁଁ ରାଖି ବାନ୍ଧିଥିଲି। ବିଦେଶରେ ଥାଇ ସେ ମୋ ସହ କଥା ହୋଇଥିଲେ। ମୁଁ ଗାଁର ଝିଅ, ମନ୍ତ୍ରୀ ଥିବାବେଳେ ବହୁ କାମ କରିଛି । ଆହୁରି କାମ ବାକି ଅଛି, ଆପଣଙ୍କ ସହଯୋଗ ଦରକାର। ଆମ ଗାଁର ଅବସ୍ଥା ସୁଧୁରିବା ସହ ଓଡ଼ିଶା ସୁନ୍ଦର ଭାବରେ ବଢ଼ିବ ବୋଲି ସେ କହିଥିଲେ।

Related Articles

Back to top button