କଟକରେ ବେଧଡକ ଭାବେ ବଢି ଚାଲିଛି ନକଲି ମେଡିସିନ୍, ବିଭିନ୍ନ ସ୍ଥାନରେ ଡ୍ରଗ କଣ୍ଟ୍ରୋଲର ଟିମ୍‌ର ଚଢାଉ

କଟକ: ସିଲଭର ସିଟି କଟକରେ ବେଧଡକ ଭାବେ ବଢିଚାଲିଛି ନକଲି କାରବାର । ନକଲି ତେଲ, ମସଲା, ଘିଅ, ଖାଦ୍ୟ ପାନୀୟ ଜବତ ପରେ ଗତ କିଛି ଦିନ ତଳେ ଜବତ ହୋଇଥିଲା । ଏବେ ପୁଣିଥରେ ନକଲି ମେଡିସିନ କାରବାର ହେୁଥିବା ଅଭିଯୋଗ ହୋଇଛି ।

ଯାହା ଫଳରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି ଡ୍ରଗ କଂଟ୍ରୋଲର ଟିମ । ନକଲି ଔଷଧ କାରବାର ଅଭିଯୋଗରେ ଚଢ଼ାଉ କରିଛି ଟିମ୍ । ବୁଧବାର ରାତିରେ କଟକର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି ଡ୍ରଗ କଂଟ୍ରୋଲେର ଟିମ ।

ପୁରୀଘାଟ ଥାନା ଅଞ୍ଚଳରେ ୨ଟି ଷ୍ଟକିଷ୍ଟ ଉପରେ ଚଢ଼ାଉ । ଏକ ନାମୀ କମ୍ପାନୀର ଔଷଧକୁ ନକଲି କରାଯାଉଥିବା ଅଭିଯୋଗ । ଚଢ଼ାଉ ପରେ ସମ୍ପୁଲ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଲା ବିଭାଗ ।

Related Articles

Back to top button