ନିଟ୍‌ ରେଜଲ୍ଟ ପ୍ରକାଶିତ: ରାଜସ୍ଥାନ ଝିଅ ତନିସ୍କା ଅଲ୍‌ ଇଣ୍ଡିଆ ଟପ୍ପର, ପ୍ରିୟ ସୋମଦତ୍ତ ଓଡ଼ିଶା ଟପ୍ପର

ନୂଆଦିଲ୍ଲୀ/ଭୁବନେଶ୍ୱର: ଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା ବା ନିଟ୍‌ ରେଜଲ୍ଟ ପ୍ରକାଶ ପାଇଛି। ମୋଟ୍‌ ୫୬.୩ ପ୍ରତିଶତ ଛାତ୍ରୀଛାତ୍ର ଏହି ପରୀକ୍ଷାରେ ପାସ୍‌ କରିଛନ୍ତି। www.ntaresults.nic.inରେ ରେଜଲ୍ଟ ଉପଲବ୍ଧ ହେଉଛି। ରାଜସ୍ଥାନ ଝିଅ ତନିସ୍କା ମୋଟ୍‌ ୭୨୦ ମାର୍କରୁ ୭୧୫ ନମ୍ବର ରଖି ଅଲ୍‌ ଇଣ୍ଡିଆ ଟପ୍ପର ହୋଇଥିବା ବେଳେ ଟପ୍‌ ୫୦ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଓଡ଼ିଶାର ପ୍ରିୟ ସୋମଦତ୍ତ ନାୟକ ୭୦୫ ମାର୍କ ରଖି ୩୯ ନମ୍ବର ତାଲିକାରେ ରହିଛନ୍ତି।

ସୂଚନାଯୋଗ୍ୟ, ଚଳିତବର୍ଷ ଦେଶରୁ ମୋଟ୍‌ ୧୭ ଲକ୍ଷ ୬୪ ହଜାର ୫୭୧ ଛାତ୍ରୀଛାତ୍ର ନିଟ୍‌ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୯୩ ହଜାର ୬୯ ଜଣ କୃତକାର୍ଯ୍ୟ ହୋଇଛନ୍ତି। ଓବିସି ବର୍ଗରେ ୪ ଲକ୍ଷ ୪୭ ହଜାର ୭୫୩ କୃତକାର୍ଯ୍ୟ ହୋଇଥିବା ବେଳେ ସାଧାରଣ ବର୍ଗରେ ୨ ଲକ୍ଷ ୮୨ ହଜାର ୧୮୪ ଛାତ୍ରୀଛାତ୍ର ସଫଳତା ହାସଲ କରିଛନ୍ତି।

Related Articles

Back to top button