କେନ୍ଦୁଝର ବିରିଡିହା ବଜାରରୁ ୧୧ ହଜାର ଟଙ୍କାର ଜାଲ୍‌ ନୋଟ ଜବତ,, ଜଣେ ଅଟକ

ଆନନ୍ଦପୁର: କେନ୍ଦୁଝର ଜିଲା ଆନନ୍ଦପୁର ଥାନା ବିରିଡିହା ବଦାରରୁ ମଙ୍ଗଳବାର ଜାଲ ନୋଟ ଜବତ ହୋଇଛି । ଜଣେ ବୃଦ୍ଧଙ୍କ ଠାରୁ ୨୦୦ ଓ ୧୦୦ ଟଙ୍କିଆର ମୋଟ ୧୧ ହଜାର ଜାଲ ନୋଟ ଜବତ କରାଯାଇଛି।
ଆନନ୍ଦପୁର ବଜାରରେ ଥିବା କ୍ଷୀରୋଦ ଭେରାଇଟି ଷ୍ଟୋରରୁ ଉକ୍ତ ବୃଦ୍ଧ ଜଣକ ଥଣ୍ଡା ପାନୀୟ ସହ କିଛି ସାମଗ୍ରୀ କିଣିଥିଲେ । ଦୋକାନ ମାଲିକ ଅନୁପସ୍ଥିତିରେ ଦେକାନ କର୍ମଚାରୀ ସାମଗ୍ରୀ ଦେବାପରେ ବୃଦ୍ଧ ଜଣକ ଏକ ୧୦୦ ଟଙ୍କିଆ ନୋଟ ଦେଇଥିଲେ। ଏହି ସମୟରେ ଦୋକାନ ମାଲିକ ପହଁଞ୍ଚି ୧୦୦ ଟଙ୍କିଆଟି ଏକ ଜାଲ ନୋଟ ଜାଣିପାରି ସମ୍ପୃକ୍ତ ବୃଦ୍ଧଙ୍କୁ ଅଟକାଇଥିଲେ । ଜାଲ ନେଟ ବାବଦରେ ପଚାରିବାରୁ ସେ ଓଲଟା ଯୁକ୍ତି ତର୍କ କରିଥିଲେ। ଏହି ସମୟରେ ବଜାରରେ ଉପସ୍ଥିତ ଲୋକେ ଏକାଠି ହୋଇ ତଲାସି କରିବାରୁ ତାଙ୍କ ନିକଟରୁ ୨୦୦ ଟଙ୍କିଆ ଓ ୧୦୦ ଟଙ୍କିଆ ଜାଲ ନୋଟର ବଣ୍ଡଲ ମିଳିଥିଲା । ଯାହାର ପରିମାଣ ମୋଟ ୧୧ହହଜାର ଟଙ୍କା ବେଲି ଜଣାପଡିଛି । ସମ୍ପୃକ୍ତ ବୃଦ୍ଧ ସ୍ଥାନିୟ କଣ୍ଟିପାଳ ଗ୍ରାମର ବୋଲି ଜଣାପଡିଛି । ସ୍ଥାନିୟ ଲୋକେ ପୋଲିସକୁ ଖବର ଦେବା ପରେ ପୋଲିସ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି।

Related Articles

Back to top button