
ପୁରୀରେ ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ପାଳିତ ହେଉଛି ଦୂର୍ଗାପୂଜା
ଶ୍ରୀକ୍ଷେତ୍ର ପୁରୀରେ ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଦୂର୍ଗାପୂଜା ପାଳିତ ହେଉଛି। ଶ୍ରୀଜଗନ୍ନାଥ ମନ୍ଦିରର ଅଧିଷ୍ଠାତ୍ରୀ ଦେବୀ ମା’ ବିମଳାଙ୍କ ସମେତ ଦକ୍ଷିଣକାଳୀ, ଭୁବନେଶ୍ୱରୀ, କାକୁଡିଖାଇ, ବାସେଳି, ବରାହୀ, ଶ୍ୟାମ।।ଳୀ, ମରିଚେଇ, ଆଲାମଚଣ୍ଡି, ଝାଡେଶ୍ୱରୀ ଓ ଚର୍ଚ୍ଚିକା ଆଦି ପୀଠ ଗୁଡିକରେ ଆଜି ମହାସପ୍ତମୀ ପୂଜା ଅନୁଷ୍ଠିତ ହେଉଛି । ସାରା ସହର ଚଣ୍ଡିପାଠରେ କମ୍ପୁଛି । ମା’ଙ୍କ ଦର୍ଶନ ପାଇଁ ଗହଳି ଲାଗିଛି । ଗଜପତି ମହାରାଜାଙ୍କ ଦ୍ୱାରା ବରଣ ହୋଇଥିବା ଶ୍ରୋତ୍ରୀୟ ବ୍ରାହ୍ମଣମାନେ ପ୍ରମୂଖ ଶକ୍ତିପୀଠ ଗୁଡିକରେ ପୂଜାର୍ଚ୍ଚନା କରୁଛନ୍ତି । ଏଥିଲାଗି ସମଗ୍ର ପୁରୀ ସହର ଚଳଚଞ୍ଚଳ ହୋଇଉଠିଛି ।