![](https://abhigam.com/wp-content/uploads/2022/08/Odisha-home-guards-650x470.jpg)
ଗୃହରକ୍ଷୀଙ୍କ ଡ୍ୟୁଟି କଲ ଅପ୍ ଭତ୍ତା ବଢ଼ିଲା
ଭୁବନେଶ୍ୱର:ରାଜ୍ୟସରକାର ଗୃହରକ୍ଷୀଙ୍କ ଡ୍ୟୁଟି କଲ ଅପ୍ ଭତ୍ତାରେ ୩୮ ପ୍ରତିଶତ ବୃଦ୍ଧି କରିଛନ୍ତି। ଫଳରେ ଏହା ବୃଦ୍ଧି ପାଇ ୧୨ ହଜାର ୪୮୦ ଟଙ୍କାରେ ପହଞ୍ଚିଛି ।
ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ପୂର୍ବରୁ ଗୃହରକ୍ଷୀମାନଙ୍କ ମାସିକ ୯୦୦୦ ଟଙ୍କା ମିଳୁଥିଲା। ଏହାକୁ ଦୈନିକ ୪୧୬ ଟଙ୍କାକୁ ବୃଦ୍ଧି କରାଯାଇଛି ।