ଆଫ୍ରିକାରେ ବ୍ୟକ୍ତିଙ୍କ ହାରାହାରି ଆୟୁଷ ୧୦ ବର୍ଷ ବଢିଛି: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

୨୦୦୦ରୁ ୨୦୧୯ ମସିହା ମଧ୍ୟରେ ଆଫ୍ରିକୀୟ ଅଞ୍ଚଳରେ ପ୍ରତି ବ୍ୟକ୍ତିଙ୍କ ହାରାହାରି ଆୟୁଷ ୧୦ ବର୍ଷ ବୃଦ୍ଧି ପାଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଡବ୍ଲୁଏଚଓର ରିପୋର୍ଟ ଅନୁସାରେ, ଏହି ଅବଧି ସମୟରେ ଦୁନିଆର ଯେକୌଣସି ଅଞ୍ଚଳ ତୁଳାରେ ଆଫ୍ରିକୀୟ ଅଞ୍ଚଳରେ ଏହି ବୃଦ୍ଧି ସବୁଠୁ ଅଧିକ ରହିଛି । ତେବେ ସଂଗଠନ ଏହା ମଧ୍ୟ ସତର୍କ କରାଇଛି ଯେ, ଏହି ଅବଧିର ଶେଷରେ କରୋନା ମହାମାରୀ କାରଣରୁ ଆୟୁଷରେ ବୃଦ୍ଧି ଉପରେ ପ୍ରତିକୂଳ ପ୍ରଭାବ ପଡିପାରେ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଶୁକ୍ରବାର ଏକ ଅନଲାଇନ ଜରିଆରେ ‘ଡବ୍ଲୁଏଚଓ ଆଫ୍ରିକା କ୍ଷେତ୍ର ୨୦୨୦-ଟ୍ରାକିଙ୍ଗ ୟୁନିଭର୍ସଲ ହେଲ୍ଥ କଭରେଜ’ ନାମକ ଏକ ରିପୋର୍ଟ ପ୍ରକାଶ କରିଛି । ଏଥିରେ ସମ୍ପୃକ୍ତ ଅଞ୍ଚଳର ଲୋକଙ୍କ ସ୍ୱାସ୍ଥ୍ୟ ସ୍ଥିତି ଭଲ ଥିବା କୁହାଯାଇଛି । ୨୦୦୦ରେ ଏହି ଅଞ୍ଚଳରେ ହାରାହାରି ଜଣେ ବ୍ୟକ୍ତିର ଆୟୁଷ ୪୬ ବର୍ଷ ଥିବା ବେଳେ ୨୦୧୯ରେ ଏହା ୫୬ ବର୍ଷ ହୋଇଛି ।

ଡବ୍ଲୁଏଚଓର ରିପୋର୍ଟ ଅନୁସାରେ, ଆଫ୍ରିକାରେ ଆୟୁଷ ବୃଦ୍ଧି ଏବେ ବି ବିଶ୍ୱର ହାରାହାରି (6୪) ଠାରୁ ବହୁ ତଳେ ରହିଛି । ତେବେ ଏହି ଅବଧିରେ ବିଶ୍ୱସ୍ତରରେ ହାରାହାରି ଜଣେ ବ୍ୟକ୍ତିର ଆୟୁଷରେ ମାତ୍ର ପାଞ୍ଚ ବର୍ଷ ବୃଦ୍ଧି ହୋଇଛି ।

Related Articles

Back to top button