ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରଶ୍ନପତ୍ର ଲିକ୍ ମାମଲା: ୧୯ରେ ହେବ ଏଜୁକେସନ ଅନର୍ସ ପରୀକ୍ଷା

ସମ୍ବଲପୁର: ସମ୍ବଲପୁର ବିଶ୍ୱବିଦ୍ୟାଳୟର +୩ ତୃତୀୟ ବର୍ଷ ଏଜୁକେସନ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଜଣାପଡିବା ପରେ ପରୀକ୍ଷା ବାତିଲ ହୋଇଥିଲା । ଏଜୁକେସନ ଅନର୍ସ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଖୋଦ୍ କର୍ତ୍ତୃପକ୍ଷ ସ୍ୱୀକାର କରିଥିଲେ । ଏହା ପରେ ୧୯ରେ ଏଜୁକେସନ ଅନର୍ସ ପରିକ୍ଷା ହେବ ବୋଲି କୁହାଯାଇଛି । ୨୦୫ଟି କଲେଜରେ ଏଜୁକେସନ ଅନର୍ସ ପରୀକ୍ଷା ହେବ । ଏନେଇ ପରୀକ୍ଷା ନିରୀକ୍ଷକ ରବୀନ୍ଦ୍ର ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

ତେବେ କର୍ତ୍ତୃପକ୍ଷ କହିଥିଲେ ଯେ, ଗୁରୁବାର ଦିନ ସକାଳେ ଭାଇରାଲ ହୋଇଥିବା ପ୍ରଶ୍ନପତ୍ର ଅରିଜନାଲ ପ୍ରଶ୍ନପତ୍ର ସହ ମିଶୁଥିଲା । ତେଣୁ ଏଜୁକେସନ ଅନର୍ସ ପରୀକ୍ଷାକୁ ବାତିିଲ କରାଯାଇଛି । କେଉଁ ପରିସ୍ଥିତିରେ ପ୍ରଶ୍ନପତ୍ର ଲିକ୍ ହୋଇଛି ଓ ଭାଇରାଲ ହୋଇଛି, ସେନେଇ ତଦନ୍ତ କରାଯିବ । ଦୋଷୀ କର୍ମଚାରୀ ଓ ଅଧିକାରୀଙ୍କ ବିରୁଦ୍ଧରେ ଏଫଆଇଆର, କାର୍ଯ୍ୟାନୁଷ୍ଠାନ ହେବ ।

Related Articles

Back to top button