ନିର୍ମାଣାଧୀନ ଗୋଦାମ ଘର କାନ୍ଥ ଭୁଶୁଡ଼ି ୬ ଶ୍ରମିକ ମୃତ

ନୂଆଦିଲ୍ଲୀ: ଶୁକ୍ରବାର ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ବଡ଼ ଅଘଟଣ ଘଟିଛି । ଅଲିପୁରରେ ନିର୍ମାଣାଧୀନ ଏକ ଗୋଦାମ ଘରର କାନ୍ଥ ଭୁଶୁଡ଼ିବାରୁ ୬ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଆଉ କିଛି ଜଣ ଶ୍ରମିକ ଭଙ୍ଗା କାନ୍ଥ ତଳେ ଫସିଥିବା ଅନୁମାନ କରାଯାଉଛି ।

କୁହାଯାଉଛି କାନ୍ଥ ଭୁଶୁଡ଼ିବା ବେଳେ ସେଠାରେ ୨୦ରୁ ୨୫ ଜଣ ଶ୍ରମିକ ଗୋଦାମରେ କାମ କରୁଥିଲେ ।ପୋଲିସ ଓ ପ୍ରଶାସନ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଛନ୍ତି । ଏବେ ସୁଦ୍ଧା ୧୦ ଜଣଙ୍କୁ ଉଦ୍ଧାର କରାଯାଇଛି । ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ, ଅବୈଧ ନିର୍ମାଣ ନେଇ ପ୍ରଶାସନ ନିକଟରେ ଅଭିଯୋଗ ହୋଇଥିଲା । ତଥାପି ନିର୍ମାଣ କାର୍ଯ୍ୟକୁ ଅଟକାଇ ନଥିଲା ପ୍ରଶାସନ । ଏବେ ଘଟଣାସ୍ଥଳରେ ଭଙ୍ଗା କାନ୍ଥ ଭିତରୁ ଆହତଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମୃତାହତଙ୍କ ପରିଚୟ ଜଣାପଡ଼ି ନାହିଁ ।

Related Articles

Back to top button