ଚାଷୀଙ୍କୁ ମିଳୁଥିବା ସବସିଡି ଠକେଇ ମାମଲାରେ ଅନ୍ନପୂର୍ଣ୍ଣା ଆଗ୍ରୋର ଆଉ ଜଣେ ଡିଲର ଗିରଫ

ଭୁବନେଶ୍ୱର: ଚାଷ ଉପକରଣ କିଣିବା ବେଳେ ଚାଷୀଙ୍କୁ ମିଳୁଥିବା ସବସିଡି ଠକେଇ ମାମଲାରେ ଇଓଡବ୍ଲୁ ଅନ୍ନପୂର୍ଣ୍ଣା ଆଗ୍ରୋର ଆଉ ଜଣେ ଡିଲରଙ୍କୁ ଗିରଫ କରିଛି । ଗିରଫ ଜଣଙ୍କ ହେଉଛନ୍ତି, ସୋନପୁର ଡୁଙ୍ଗୁରିପାଲ୍ଲୀର ଚଉତୁରା ଦୀପ । ସେ କେବିକେ ଦୀପ ଆଗ୍ରୋ ସେଲ୍ସର ମୁଖ୍ୟ ।

ଚାଷ ଉପକରଣରେ ସରକାର ଚାଷୀଙ୍କୁ ସବସିଡି ଦିଅନ୍ତି । ପ୍ରାୟ ୧୨ କୋଟିର ସବସିଡି ଦୀପ ଚଳୁ କରିଥିବା ଜଣାପଡ଼ିଛି । ଏଥିପାଇଁ ସେ ଜାଲ କାଗଜପତ୍ର ବ୍ୟବହାରକାରୀଙ୍କ ଇମେଲ୍ ଆଇଡି ପରିବର୍ତ୍ତେ ନୂଆ ଆଇଡି ତିଆରି କରି ବ୍ୟବହାର କରୁଥିଲା ।

ଅନ୍ନପୂର୍ଣ୍ଣା ଆଗ୍ରୋ ଇଣ୍ଟରନ୍ୟାସନାଲର ରାଜ୍ୟରେ ପ୍ରାୟ ୧୧୫ ଜଣ ଡିଲର ରହିଥିବା ବେଳେ ସଂସ୍ଥା ଡିବିଟି ସ୍କିମରେ ଅନ୍ତର୍ଭୁକ୍ତ । ଶଷ୍ୟ ଅମଳ ଯନ୍ତ୍ରଠାରୁ ନେଇ ରୋଟାଭେଟର ଭଳି କୃଷି ଯନ୍ତ୍ରପାତି ତିଆରି କରେ ଅନ୍ନପୂର୍ଣ୍ଣା ଆଗ୍ରୋ ଇଣ୍ଟରନ୍ୟାସନାଲ ।

ତଦନ୍ତ ବେଳେ ଇଓଡବ୍ଲୁ ଜାଣିବାକୁ ପାଇଛି, ଚଉତୁରା ଦୀପଙ୍କ କେବିକେ ଦୀପ ଆଗ୍ରୋ ସେଲ୍ସ ୨୦୧୬-୧୭ରୁ ୨୦୧୯-୨୦ ମଧ୍ୟରେ ୧୭୬୬ଟି ଚାଷ ଉପକରଣ ବିକ୍ରି କରିଛି । ଆଉ ସବସିଡି ହାତେଇବା ଲାଗି ଚଉତୁରା ଦୀପ ମିଛ କାଗଜପତ୍ର ଦେଉଥିଲେ ।

ଜାଲ୍ କାଗଜପତ୍ର ଜରିଆରେ ୪୭୮ଟି ଉପକରଣ ମାଧ୍ୟମରେ ଦୀପ ୩.୫୪ କୋଟି ଟଙ୍କା ହାତେଇଥିବା ତଦନ୍ତରୁ ଏବେ ସୁଦ୍ଧା ଜଣାପଡ଼ିଛି । ଅନିୟମିତତା ଜଣାପଡ଼ିବା ପରେ କୃଷି ବିଭାଗ ଅନ୍ନପୂର୍ଣ୍ଣା ଆଗ୍ରୋର ଡିବିଟି ସ୍କିମକୁ ବନ୍ଦ କରି ଦେଇଛି । ଏହା ପୂର୍ବରୁ ଅନ୍ନପୂର୍ଣ୍ଣା ଆଗ୍ରୋର ଏମଡି ପ୍ରଦୀପ ଆଚାର୍ଯ୍ୟଙ୍କ ସହ ୨ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା ।

Related Articles

Back to top button