ଦୁନିଆର ପ୍ରଥମ ୫ଜି ସାଟେଲାଇଟ୍ ଲଞ୍ଚ କଲା ସ୍ପେସ୍ଏକ୍ସ

ୱାଶିଂଟନ୍: ପୂରା ଦୁନିଆକୁ ଇଣ୍ଟରନେଟ୍ ସେବା ପ୍ରଦାନ ଲାଗି ଏବେ ମହାକାଶରେ ୨୫୦ଟି ସାଟେଲାଇଟ୍ ସ୍ଥାପନ ହୋଇଛି । ଏହା କରିଛି ଏଲନ୍ ମସ୍କଙ୍କ କମ୍ପାନୀ ସ୍ପେସଏକ୍ସ । ପ୍ରଥମଥର ପାଇଁ ପୃଥିବୀର ସ୍ଥଳ କକ୍ଷପଥରେ ୫ଜି ଇଣ୍ଟରନେଟ ସେବା ପ୍ରଦାନ କାରୀ ଉପଗ୍ରହକୁ ସ୍ଥାପିତ କରାଯାଇଛି ।

ଏହି ଉପଗ୍ରହକୁ ସାଟେଲୟଟ କମ୍ପାନୀ ପ୍ରସ୍ତୁତ କରିଛି । ଯାହାର ନାମ ଗ୍ରାଉଣ୍ଡବ୍ରେକର ରଖାଯାଇଛି । ଏହି ସାଟେଲାଇଟର ଓଜନ ୧୦ କିଲୋଗ୍ରାମ ରହିଛି । ଏଭଳି ୨୫୦ଟି ସାଟେଲାଇଟ୍ ସ୍ଥାପନ କରାଯାଇଥିବା ବେଳେ ପୃଥିବୀ ପୃଷ୍ଠରେ ଥିବା ଟାୱାର ସହ ସଂଯୋଗ ମୁଖ୍ୟ ଲକ୍ଷ୍ୟ ରହିଛି । ଏହା ଫଳରେ ଉନ୍ନତ ଧରଣର ୫ଜି ସେବା ଯୋଗାଇ ଦିଆଯାଇ ପାରିବ ।

ଏହି ସାଟେଲାଇଟକୁ ଏପ୍ରିଲ୍ ୧୫ରେ ଫାଲ୍କନ ୯ ରକେଟରେ ଉତକ୍ଷେପଣ କରାଯାଇଥିଲା । ଏହି ସାଟେଲାଇଟ୍ ଦ୍ୱାରା ୮୫ ପ୍ରତିଶତ ଶୂନ୍ୟ ସ୍ଥାନ ପୂରଣ ହେବ ବୋଲି କମ୍ପାନୀ ଦାବି କରିଛି । ଏହାଦ୍ୱାରା ଯାତାୟତ ସୁବିଧା ଜନକ ହେବ ।

ତେବେ ଏହି ସେବା ପାଇଁ ଆପଣଙ୍କୁ ସିମ୍ କାର୍ଡ ଏବଂ ଅପରେଟର ବଦଳାଇବା ଆବଶ୍ୟକ ନାହିଁ । ପ୍ରତିଟି ସାଟେଲାଇଟ୍ ୯୦ ମିନିଟରେ ପୃଥିବୀକୁ ଗୋଟିଏ ଥର ପରିକ୍ରମା କରୁଛି । ଫଳରେ କଭରେଜ୍ ୩ ଗୁଣ ବୃଦ୍ଧି ପାଇବ ।

Related Articles

Back to top button