ଜିରୋ ନାଇଟ୍ ସେଲିବ୍ରେସନ୍ ଉପରେ କଡ଼ା କଟକଣା ଜାରି କରିଛି ଅବକାରୀ ବିଭାଗ
ନୂତନ ବର୍ଷକୁ କିଛିଟା ଦିନ ପରେ ସ୍ୱାଗତ କରିବେ ସମସ୍ତେ । କିଏ ଭୋଜି ଭାତ କରିବେ ତ ଆଉ କିଏ ପାର୍ଟି କରିବେ । ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ସମସ୍ତେ ଯୋଜନା ପ୍ରସ୍ତୁତ କରିସାରିଲେଣି । ତେବେ ଜିରୋ ନାଇଟ୍ ସେଲିବ୍ରେସନ୍ ଉପରେ ଅବକାରୀ ବିଭାଗ କଡ଼ା କଟକଣା ଜାରି କରିଛି ।ଡିସେମ୍ବର ୩୧ ତାରିଖରେ ଜିରୋ ନାଇଟ୍ ଆୟୋଜନ ପାଇଁ ଅବକାରୀ ବିଭାଗର ଅନୁମତି ଅନିବାର୍ଯ୍ୟ ଅଟେ । ଯଦି କୌଣସି ହୋଟେଲ ବିନା ଅନୁମତିରେ ପାର୍ଟିର ଆୟୋଜନ କରନ୍ତି ତେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅବକାରୀ କମିଶନର ନରସିଂହ ଭୋଳ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେ ବିନା ଅନୁମତିରେ କିଛି ଜାଗାରେ ଜିରୋ ନାଇଟ୍ ପାଇଁ ପ୍ରସ୍ତୁତି ଚାଲିଛି ବୋଲି ବିଭିନ୍ନ ସୂତ୍ରରୁ ଖବର ଆସିଛି । ଏହାକୁ ରୋକିବା ପାଇଁ ଖୁବଶୀଘ୍ର ବିଭାଗ ପଦକ୍ଷେପ ନିଆଯିବ ।