![](https://abhigam.com/wp-content/uploads/2024/12/Screenshot_2024-12-20-20-28-23-80_6012fa4d4ddec268fc5c7112cbb265e7.jpg)
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ବଦଳିବ ଡିଜାଇନ୍ : ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଡିଜାଇନ ବଦଳିବ । ଏ ନେଇ ଶୁକ୍ରବାର ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ପୁରୁଣା ଡିଜାଇନ ସହ ଆଉ କିଛି ଆଡ୍ କରାଯାଇ ନୂଆ ଡିଜାଇନ ହେବ । ଲୋକଙ୍କ ଧର୍ମୀୟ ଭାବନା ଜଡିତ ଥିବାରୁ ବିଚାର ବିମର୍ଶ ଚାଲିଛି । ବିଶେଷ କରି କୃତ ଯଜ୍ଞ, ଅନ୍ନ ଯଜ୍ଞ, ଜ୍ଞାନ ଯଜ୍ଞ ମଣ୍ଡରର ବ୍ୟବସ୍ଥା ହେବ । ଏ ନେଇ ଆଲୋଚନା ଚାଲିଛି ଖୁବ୍ ଶୀଘ୍ର ନିଷ୍ପତ୍ତି ହେବା ପରେ କାମ ଆରମ୍ଭ ହେବ । ଦୁଇ ତିନି ମାସ ଭିତରେ କାମ ଆରମ୍ଭ ହେବ ।
ସୂଚନାଯୋଗ୍ୟ, ଚଳିତ ବର୍ଷ ଜାନୁଆରୀ ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନ ହୋଇଥିଲା । ଅପରାହ୍ନ ୧.୩୦ ରେ ଶୁଭଲଗ୍ନରେ ଗଜପତି ମହାରାଜା ଦିବ୍ୟସିଂହଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କରିଥିଲେ। ଏହି ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସହ ଭି.କେ ପାଣ୍ଡିଆ ଉପସ୍ଥିତ ଥିଲେ।ପରିକ୍ରମା ପ୍ରକଳ୍ପକୁ ନେଇ ଅନେକ ବିବାଦ ସହ ରାଜନୀତି ଜୋର ଧରିଥିଲା । ବିଶେଷ କରି ମେଘନାଦ ପାଚେରୀ ଚତୁଃପାଶ୍ୱର୍ରେ ବଡ ବଡ ଗର୍ତ୍ତ ଖୋଳାଯିବା ନେଇ ଉଦବେଗ ପ୍ରକାଶ ପାଇଥିଲା । ଏମିତି ଗର୍ତ୍ତ କଲେ ଶ୍ରୀମନ୍ଦିର ଢାଞ୍ଚା ପାଇଁ ବିପଦ ସୃଷ୍ଟି ହେବା ନେଇ ଆଶଙ୍କା ପ୍ରକାଶ ପାଇଥିଲା । ଏହାକୁ ଜଗନ୍ନାଥ ସେନା ସହ ଅନେକ ସଂଗଠନ, ବିଜେପି ପ୍ରବଳ ବିରୋଧ କରିଥିଲେ । ମାମଲା ସୁପ୍ରିମକୋର୍ଟରେ ମଧ୍ୟ ପହଞ୍ଚିଥିଲା । ସବୁ ବାଧାବିଘ୍ନ ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସଂପୂର୍ଣ୍ଣ ହୋଇଥିଲା ।