ଶେଷ ହୋଇଛି ଗଣତନ୍ତ୍ରର ସବୁଠାରୁ ବଡ : ଜାଣନ୍ତୁ କାହା ଆକାଉଣ୍ଟକୁ ଯିବ କେତେ ଆସନ

ଶେଷ ହୋଇଛି ଗଣତନ୍ତ୍ରର ସବୁଠାରୁ ବଡ ପର୍ବ ଆଉ ୪ ଜୁନରେ ଆସିବ ଫଳାଫଳ । କିନ୍ତୁ ତା ପୂର୍ବରୁ ଆସିଛି ବୁଥ ବାହୁଡା ମତ । ତେବେ ଝାଡଖଣ୍ଡର ୧୪ ଲୋକସଭା ସିଟରୁ କାହା ଖାତାକୁ କେତେ ଯିବ ତାକୁ ନେଇ ଆସିଛି ବୁଥ ବାହୁଡା ମତ । ଏଗଜିଟ ପୋଲ ଅନୁସାରେ ଏନଡିଏର ୫୦ ପ୍ରତିଶତ ଭୋଟ ସେୟାର ସାମ୍ନାକୁ ଆସିଛି । ସେହିପରି ଇଣ୍ଡିଆ ଗଠବନ୍ଧନର ଭୋଟ ୪୧ ପ୍ରତିଶତ ରହିବାର କୁହାଯାଉଛି । ତେବେ ଏହାସହ ଏଥର ଏନଡିଏ ୫ ପ୍ରତିଶତ ଭୋଟ ସେୟାରିଂ କ୍ଷତିରେ ରହିବ ବୋଲି କୁହାଯାଉଛି । ଏନଡିଏକୁ ଝାଡଖଣ୍ଡରେ ୮ରୁ ୧୦ ସିଟ ମିଳିପାରେ । ଆଉ ୨ସିଟ୍ କ୍ଷତିରେ ରହିବ ଏନଡିଏ ବୋଲି କୁହାଯାଉଛି ।

ବିହାରରେ ୪୦ ଲୋକସଭା ସିଟରୁ କାହା ଖାତାକୁ କେତେ ଯିବ ତାକୁ ନେଇ ଆରମ୍ଭ ହୋଇଛି ବୁଥ ବାହୁଡା ମତ । ଇଣ୍ଡିଆ ଟୁଡେ ଏକ୍ସିସ ଅନୁସାରେ ଏନଡିଏକୁ ୨୯ରୁ ୩୩ ଓ ଇଣ୍ଡିଆ ମେଣ୍ଟକୁ ୭ରୁ ୧୦ ସିଟ ମିଳିପାରେ ,- ବିଜେପିକୁ ୧୩ରୁ ୧୫, ଜେଡିୟୁକୁ ୯ରୁ ୧୧, ଏଲଜେପିଆରକୁ ୫ ସିଟ ମିଳିବା ନେଇ ଆକଳନ ହେଉଛି । ବିରୋଧୀ ଦଳ ଇଣ୍ଡିଆ ମେଣ୍ଟରୁ ଆରଜେଡିକୁ ୬ରୁ ୭, କଂଗ୍ରେସକୁ ୧ରୁ ୨ ସିଟ ମିଳିପାରେ ।

ଟାଇମ୍ସ ନାଓ ନବଭାରତର ବୁଥ ବାହୁଡା ମତ ଅନୁସାରେ ତେଲେଙ୍ଗାନାରେ ୧୭ରୁ ବିଜେପିକୁ ମିଳିପାରେ ୯ ଆସନ । କଂଗ୍ରେସକୁ ୬ରୁ ୭ ଆସନ ମିଳିବା ଆକଳନ । ଏଆଇଏମଆଇଏମକୁ ମିଳିପାରେ ଗୋଟିଏ ଆସନ ।

ସେହିପରି ରିପବ୍ଲିକ ମାର୍ଟିଜର ସର୍ଭେ ଅନୁସାରେ ୫୪୩ ଲୋକସଭା ଆସନରୁ ବିଜେପି ପାଇପାରେ ୩୫୩ରୁ ୩୬୮ ଆସନ । କଂଗ୍ରେସ ଖାତାକୁ ଯାଇପାରେ ୧୧୮ରୁ ୧୩୩ ଆସନ । ରିପବ୍ଲିକ ପିଏମଏଆରକ୍ୱିର ଆକଳନ ଅନୁସାରେ ଏନଡିଏ ମେଣ୍ଟକୁ ୩୫୯ ଆସନ ମିଳିବା ସମ୍ଭାବନା । ଇଣ୍ଡିଆ ମେଣ୍ଟକୁ ୧୫୪ ଆସନ ମିଳିବା ପୂର୍ବାନୁମାନ । ଅନ୍ୟ ଦଳକୁ ୩୦ ଆସନ ମିଳିବା ସମ୍ଭାବନା ।

ଜନ କୀ ବାତର ଜନମତ ସର୍ଭେ ଅନୁସାରେ ଏନଡିଏ ମେଣ୍ଟକୁ ୩୬୨ରୁ ୩୯୨ ଆସନ ମିଳିବା ସମ୍ଭାବନା । ଇଣ୍ଡିଆ ମେଣ୍ଟକୁ ୧୪୧ରୁ ୧୬୧ ମିଳିବା ନେଇ ପୂର୍ବାନୁମାନ । ସେହିପରି ଅନ୍ୟ ଖାତାକୁ ଯାଇପାରେ ୧୦ରୁ ୨୦ ଆସନ । ଟିଭି-୫ ତେଲୁଗୁର ଜନମତ ସର୍ଭେ ଅନୁସାରେ ଏନଡିଏ ମେଣ୍ଟକୁ ୩୫୯ ଆସନ ମିଳିବା ଆକଳନ । ଇଣ୍ଡିଆ ମେଣ୍ଟକୁ ୧୫୪ ଆସନ ମିଳିବା ସମ୍ଭାବନା । ଅନ୍ୟ ଦଳକୁ ୩୦ ଆସନ ମିଳିବା ସମ୍ଭାବନା । ଇଣ୍ଡିଆ ନ୍ୟୁଜର ଜନମତ ସର୍ଭେ ଅନୁସାରେ ଏନଡିଏ ମେଣ୍ଟକୁ ୩୭୧ ଆସନ ମିଳିବା ନେଇ ଆକଳନ । ଇଣ୍ଡିଆ ମେଣ୍ଟକୁ ୧୨୫ ଆସନ ମିଳିବା ଆକଳନ । ଅନ୍ୟ ଦଳକୁ ୪୭ ଆସନ ମିଳିବା ସମ୍ଭାବନା ।

ସେହିପରି ଓଡିଶାରେ ବି ବିଜେପି ଅଧିକ ଲୋକସଭା ସିଟ ପାଇବା ନେଇ ଆକଳନ କରାଯାଉଛି । ଓଡିଶା ଲୋକସଭା ଆସନକୁ ନେଇ ଇଣ୍ଡିଆ ଟିଭିର ପୂର୍ବାନୁମାନ ଅନୁସାରେ ବିଜେପିକୁ ୧୫ରୁ ୧୭ ଆସନ ମିଳିବା ନେଇ ଆକଳନ । ବିଜେଡିକୁ ୪ରୁ ୬ ଆସନ ମିଳିବା ନେଇ ପୂର୍ବାନୁମାନ । ସେହିପରି କଂଗ୍ରେସକୁ ମିଳିପାରେ ୦ରୁ ୧ ଆସନ ।

ସେହିପରି ଓଡିଶା ଲୋକସଭା ଆସନକୁ ନେଇ ଜନ କୀ ବାତର ପୂର୍ବାନୁମାନ ଅନୁସାରେ ବିଜେପିକୁ ୧୫ରୁ ୧୮ ଲୋକସଭା ଆସନ ମିଳିବା ଆକଳନ । ବିଜେଡିକୁ ୩ରୁ ୭ ଆସନ ମିଳିବା ସମ୍ଭାବନା । କଂଗ୍ରେସକୁ ମିଳିନପାରେ କୌଣସି ଆସନ । ନ୍ୟୁଜ-୨୪ର ପୂର୍ବାନୁମାନ ଅନୁସାରେ ବିଜେପିକୁ ୧୬ଟି ଲୋକସଭା ଆସନ ମିଳିବା ନେଇ ଆକଳନ । ବିଜେଡିକୁ ୪ଟି ଆସନ ମିଳିବା ସମ୍ଭାବନା । କଂଗ୍ରେସକୁ ୧ଟି ଆସନ ମିଳିବା ସମ୍ଭାବନା ।

Related Articles

Back to top button