ପାର୍ବଣ ବେଳେ ବଟି ମାଗିଲେ ବାନ୍ଧିବ ପୁଲିସ

ଭୁବନେଶ୍ୱର : ପାର୍ବଣ ବେଳେ ବଟି ମାଗିଲେ ବନ୍ଧା ହେବେ। ବଟି ଆଦାୟକାରୀଙ୍କୁ ସାବଧାନ କରାଇ ଦେଇଛି ଓଡିଶା ପୁଲିସ। ଗଣେଶ ପୂଜା ଠାରୁ ଆରମ୍ଭ ହୋଇଯାଇଥାଏ ପାର୍ବଣ ଋତୁ।

ସାରା ରାଜ୍ୟ ପାର୍ବଣ ପାଇଁ ଉତ୍ସବ ମୁଖର ହେଉଥିବା ବେଳେ ସେହି ସମୟରେ କିଛି ବ୍ୟକ୍ତି ବ୍ୟବସାୟୀ ଏବଂ ସାଧାରଣ ଲୋକଙ୍କ ଠାରୁ ବଟି ଆଦାୟ କରିଥାନ୍ତି । ବଟି ଆଦାୟ ବେଳେ ଜୋର ଜବରଦସ୍ତି ଧମକ ଦେବା ଘଟଣାବି ନଜରକୁ ଆସିଥାଏ।

ଯଦି କୌଣସି ବ୍ୟକ୍ତି ବଟି ନେବାକୁ ଧମକ ଦିଅନ୍ତି ତେବେ ପୋଲିସ ସହ ଯୋଗାଯୋଗ କରିବାକୁ ଓଡିଶା ପୁଲିସ ଟୁଇଟ୍ କରି ସୂଚନା ଦେଇଛନ୍ତି। ଯଦି କେହି ବଟି ମାଗୁଛନ୍ତି ତା ହେଲେ ଥାନା ଅଧିକାରୀଙ୍କୁ ଜଣାଇବା ପାଇଁ ପରାମର୍ଶ ଦେଇଛନ୍ତି ଓଡିଶା ପୁଲିସ।

Related Articles

Back to top button