ବନ୍ୟା ଉଜାଡ଼ିଦେଇଛି ଚାଷୀଙ୍କ ଫସଲ, ୧ଲକ୍ଷ ୨୦ ହଜାର ହେକ୍ଟର ଚାଷ ଜମି ନଷ୍ଟ

ଭୁବନେଶ୍ୱର : ବନ୍ୟାର ବିଭୀଷିକା ପରେ ବନ୍ୟାରେ କ୍ଷୟକ୍ଷତି ହୋଇଥିବା ନେଇ ରିପୋର୍ଟ ଆସିଛି । ବନ୍ୟା ଉଜାଡ଼ିଦେଇଛି ଚାଷୀଙ୍କ ଫସଲ। ଜିଲ୍ଲା ପ୍ରଶାସନ ରାଜସ୍ୱ ବିଭାଗକୁ ପ୍ରଦାନ କରିଥିବା ରିପେର୍ଟ ଅନୁସାରେ  ରାଜ୍ୟର ୧ଲକ୍ଷ ୨୦ ହଜାର ହେକ୍ଟର ଚାଷ ଜମି ନଷ୍ଟ ହୋଇଛି।

ବନ୍ୟା ପ୍ରଭାବରେ ରାଜ୍ୟର ୨୪ ଜିଲ୍ଲା ପ୍ରଭାବିତ ହୋଇଛି। ସେଥି ମଧ୍ୟରୁ ୧୦ ଜିଲ୍ଲାରେ ଚାଷୀ ମାନେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ଚାଷ ଜମିରେ ବନ୍ୟାପାଣି ମାଡ଼ି ଯିବାରୁ ବ୍ୟାପକ ଫସଲ ନଷ୍ଟ ହୋଇଛି । ରାଜ୍ୟର ୩ ଜିଲ୍ଲା ଅର୍ଥାତ୍‌ ପୁରୀ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି।

ଚାଷୀମାନଙ୍କ ସମସ୍ତ ପରିଶ୍ରମ ଧୋଇନେଇ ଚାଷୀର ମେରୁଦଣ୍ଡ ଭାଙ୍ଗି ଦେଇଛି  ବନ୍ୟାପାଣି । କେବଳ ଜଗତସିଂହପୁର ଜିଲ୍ଲାରେ ୨୪୨୦ ହେକ୍ଟର ଚାଷଜମି ନଷ୍ଟ ହୋଇଛି । ଅନ୍ୟ ୨୩ ଜିଲ୍ଲାରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଛି । ଗତକାଲି ବନ୍ୟା କ୍ଷୟକ୍ଷତି ନେଇ ସମୀକ୍ଷା କରିଥିଲେ କୃଷି ମନ୍ତ୍ରୀ ।

Related Articles

Back to top button