୨୦୨୩ ମସିହା ଜାନୁଆରୀ ୧୦ ସୁଦ୍ଧା ଧବଳେଶ୍ୱର ପୀଠକୁ ଫେୟାର ୱେଦର ରାସ୍ତା ସାରିବାକୁ ପରାମର୍ଶ

ଭୁବନେଶ୍ୱର: ମହାନଦୀ ଉପରେ ନୂତନ ଧବଳେଶ୍ୱର ହାଇଲେବୁଲ୍‌ ପୋଲର ନିର୍ମାଣକାର୍ଯ୍ୟ, ଧବଳେଶ୍ୱର ଝୁଲାପୋଲର ନବୀକରଣ କାର୍ଯ୍ୟ ଏବଂ ଧବଳେଶ୍ୱରକୁ ସଂଯୋଗ କରୁଥିବା ଫେୟାର ୱେଦର ରୋଡ଼ ନିର୍ମାଣର ଅଗ୍ରଗତି ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଲୋକସେବା ଭବନଠାରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
ବିଜୁ ସେତୁ ଯୋଜନାରେ ମଞ୍ଚେଶ୍ୱର ଘାଟଠାରୁ ଧବଳେଶ୍ୱର ପୀଠକୁ ସଂଯୋଗ କରୁଥିବା ସେତୁର ନିର୍ମାଣ କାର୍ଯ୍ୟର ଅଗ୍ରଗତି ସଂପର୍କରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂ ଏବଂ ବରିଷ୍ଠ ଯନ୍ତ୍ରୀମାନଙ୍କ ସହିତ ବିସ୍ତୃତ ଭାବେ ଆଲୋଚନା କରି ନିର୍ମାଣ କାର୍ଯ୍ୟକୁ ଧାର୍ଯ୍ୟ ସମୟସୀମା ମଧ୍ୟରେ ସଂପୂର୍ଣ୍ଣ କରିବା ପାଇଁ କହିଥିଲେ । ବୈଠକର ନିଷ୍ପତ୍ତି ଅନୁଯାୟୀ ପୋଲ ନିର୍ମାଣ ନିମନ୍ତେ ସମସ୍ତ ଷ୍ଟିଲ ଗାର୍ଡର ଫାବ୍ରିକେସନ୍‌ କାର୍ଯ୍ୟ ୨୦୨୩ ମସିହା ଜାନୁଆରୀ ମାସ ଶେଷ ସୁଦ୍ଧା ସମାପ୍ତ ହେବ। ଷ୍ଟିଲ ଗାର୍ଡର ସ୍ଥାପନା କାର୍ଯ୍ୟ ଜାନୁଆରୀ ୧୫ ତାରିଖରୁ ଆରମ୍ଭ କରାଯାଇ ୨୦୨୩ ମାର୍ଚ୍ଚ ମାସ ସୁଦ୍ଧା ସଂପୂର୍ଣ୍ଣ କରାଯିବ। ସେହିପରି ଡେକ୍‌ ସ୍ଲାବ୍‌ର କାଷ୍ଟିଂ କାର୍ଯ୍ୟ ଫେବୃଆରୀ ୧୫ ତାରିଖରୁ ଆରମ୍ଭ ହେବ ଓ ଅପ୍ରେଲ ୩୦ ସୁଦ୍ଧା ଶେଷ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା। ସେତୁକୁ ସଂଯୋଗ କରୁଥିବା ଆପ୍ରୋଚ୍‌ ରାସ୍ତାର ଉଭୟ ପାଶ୍ୱର୍ରେ ଥିବା ବିଦୁ୍ୟତ ସବ୍‌ଷ୍ଟେସନ୍‌ ଓ ବିଦ୍ୟୁତ ଖୁଣ୍ଟ ଆଦିକୁ ତୁରନ୍ତ ସ୍ଥାନାନ୍ତର କରିବା ପାଇଁ ଟିପିସିଓଡିଏଲ୍‌ର ନିର୍ବାହୀ ଯନ୍ତ୍ରୀଙ୍କୁ ଅନୁରୋଧ କରାଯିବ। ନୂତନ ହାଇଲେବୁଲ୍‌ ସେତୁକୁ ସଂଯୋଗ କରୁଥିବା ରାସ୍ତା ନିର୍ମାଣ ନିମନ୍ତେ ଗଛ କାଟିବା ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଆଠଗଡ଼ର ବନଖଣ୍ଡ ଅଧିକାରୀ ଓ ଓଡ଼ିଶା ବନ ଉନ୍ନୟନ ନିଗମ ଜାନୁଆରୀ ୧୫ ତାରିଖ ସୁଦ୍ଧା ବିହିତ ପଦକ୍ଷେପ ନେବେ। କଟକ ଜିଲାପାଳ ଓ ଆଠଗଡ଼ର ଉପଜିଲାପାଳ ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ। ସେହିପରି ଧବଳେଶ୍ୱର ପୀଠକୁ ସଂଯୋଗ କରୁଥିବା ଝୁଲାପୋଲର ମରାମତି ଓ ନବୀକରଣ କାର୍ଯ୍ୟ ନିମନ୍ତେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଫେବୃଆରୀ, ୨୦୨୩ ସୁଦ୍ଧା ଟେଣ୍ଡର ଡାକିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଗଲା।
ଏଥି ସହିତ ଧବଳେଶ୍ବର ପୀଠକୁ ଫେୟାର େୱଦର ରାସ୍ତାର ନିର୍ମାଣ କାର୍ଯ୍ୟ ୨୦୨୩ ମସିହ। ଜାନୁଆରୀ ୧୦ ତାରିଖ ସୁଦ୍ଧା ସାରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଗଲା। ବୈଠକରେ ରୁରାଲ ୱାର୍କସ୍‌ର ଯନ୍ତ୍ରୀମୁଖ୍ୟ ପ୍ରଦୀପ କୁମାର ସାମଲ, ବି୍ରଜ୍‌ ଏବଂ ବିଲ୍‌ଡିଂର ମୁଖ୍ୟଯନ୍ତ୍ରୀ
ରମେଶ ଚନ୍ଦ୍ର ବେହେରା, ରୁରାଲ୍‌ ୱର୍କସ, କଟକ ସର୍କଲର କନ୍‌ଷ୍ଟ୍ରକସନ୍‌ ଚିଫ୍‌ ଇଞ୍ଜିନିୟର ସମୀର କୁମାର ସାମନ୍ତରାୟ, ଜଳସଂପଦ ବିଭାଗର ମୁଖ୍ୟଯନ୍ତ୍ରୀ (ପ୍ଲାନିଂ ଆଣ୍ଡ ଏମ୍‌କେଏସ୍‌) ସାଗର ମହାନ୍ତି, ଅଧୀକ୍ଷଣ ଯନ୍ତ୍ରୀ,
ରୁରାଲ ୱାର୍କସ୍‌ ସୋମନାଥ ପରିଡ଼ା, ଆଠଗଡ଼ ଉପଜିଲାପାଳ ହେମନ୍ତ କୁମାର ସ୍ୱାଇଁଙ୍କ ସମେତ ବିଭାଗୀୟ ଅଧିକାରୀ ଓ ରାଜଲକ୍ଷ୍ମୀ କନ୍‌ଷ୍ଟ୍ରକସନ୍‌ ଲିମିଟେଡ୍‌ର କର୍ମକର୍ତ୍ତାମାନେ ଯୋଗଦେଇଥିଲେ।

Related Articles

Back to top button