ନକଲି ଔଷଧ ମାମଲା: କଟକରେ ଆତ୍ମସମର୍ପଣ କଲେ ୨ ଡିଷ୍ଟ୍ରିବ୍ୟୁଟର

କଟକ: ନକଲି ଔଷଧ ମାମଲାରେ କଟକ ପୋଲିସ ନିକଟରେ ୨ ଜଣ ଡିଷ୍ଟ୍ରିବ୍ୟୁଟର ଆତ୍ମସମର୍ପଣ କରିଛନ୍ତି। ଉଚ୍ଚ ରକ୍ତଚାପ ପାଇଁ ବ୍ୟବହୃତ ଟେଲମା-୪୦ ଟାବଲେଟ ନକଲି ନେଇ ଟ୍ୱିନସିଟି ସହ ଏକାଧିକ ସ୍ଥାନରେ ରେଡ୍ ହୋଇଥିଲା। ଏନେଇ ଡ୍ରଗ୍ସ ଇନ୍ସପେକ୍ଟର ମଧ୍ୟ ଡିଷ୍ଟ୍ରିବ୍ୟୁଟରଙ୍କ ବିରୋଧରେ ଏତଲା ଦେଇଥିଲେ। ଏନେଇ ପୋଲିସ ୨ଟି ଏଫଆଇଆର୍ ରୁଜୁ କରିଥିଲା।

ଭିଆର୍ ଡ୍ରଗ ଏଜେନ୍ସି, ଓ ପୂଜା ଏଣ୍ଟରପ୍ରାଇଜେସ୍ ବିରୋଧରେ ଆଇପିସା ଧାରା ୩୩୬, ୪୨୦, ୪୮୩, ୪୮୬ରେ ମାମଲା ରୁଜୁ ହୋଇଥିଲା । ମାମଲାକୁ ପୋଲିସ ଗମ୍ଭୀରତାର ସହ ନେଇ ତଦନ୍ତ କରିଥିଲା । ପୋଲିସ ୨ ଜଣ ଡିଷ୍ଟ୍ରିବ୍ୟୁଟରଙ୍କୁ ହେପାଜତକୁ ନେଇ ତଦନ୍ତ କରୁଥିବା କହିଛନ୍ତି କଟକ ଡିସିପି ପିନାକ ମିଶ୍ର ।

ଟେଲମା-୪୦ ଆଉ କେଉଁ ଡ୍ରଗ୍ସ ଏମାନେ ନକଲି କରୁଥିଲେ କି? ସେନେଇ ପୋଲିସ ତଦନ୍ତ କରୁଥିବା କହିଛନ୍ତି ଡିସିପି। ମାମଲାରେ ପୋଲିସ ରାହୁଲ କୟାଲ ଓ ସଞ୍ଜୟ ଜାଡାଲଙ୍କୁ ଅଟକ ରଖି ପଚରାଉଚରା କରୁଛି। ୨ ଅଭିଯୁକ୍ତ ସେମାନଙ୍କ ସ୍ତ୍ରୀଙ୍କ ନାଁରେ ଏଜେନ୍ସି ଚଳାଉଥିଲେ ବୋଲି ପୋଲିସ ସୂଚନା ଦେଇଛି। ତେବେ ଏଥିରେ ଆଉ କିଏ ସମ୍ପୃକ୍ତ ଅଛନ୍ତି କି ପୋଲିସ ସେନେଇ ତଦନ୍ତ କରୁଛି।

Related Articles

Back to top button