ମାଲକାନଗିରିରେ ରାସ୍ତା ଉପରେ ୩ ଫୁଟର ବନ୍ୟାଜଳ

ମାଲକାନଗିରି: ଲଗାଣ ବର୍ଷାରେ ମାଲକାନଗିରି ଜିଲ୍ଲାର ମୋଟୁ ଅଞ୍ଚଳରେ ବନ୍ୟା ପରିସ୍ଥିତି । ଅଞ୍ଚଳର ବିଭିନ୍ନ ରାସ୍ତାରେ ବନ୍ୟା ପାଣି ପ୍ରବାହିତ ହୋଇଛି । ଯାହାଫଳରେ ଯୋଗାଯୋଗ ବିଛିନ୍ନ ହୋଇଛି । ରାସ୍ତାର ଉଭୟ ପଟେ ଅଟକି ରହିଛି ଅନେକ ଗାଡି ।

ଖବର ଅନୁଯାୟୀ, ସିଲେରୁ ଓ ସାବେରୀ ନଦୀରେ ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ମୋଟୁ ଓ ଆନ୍ଧ୍ର ସୀମାନ୍ତରେ ଥିବା କାଲେରୁ ଗାଁ ନିକଟ ୩୨୬ ନମ୍ବର ଜାତୀୟ ରାଜପଥ ଉପରେ ଏବେ ୩ ଫୁଟ ଉଚ୍ଚତାରେ ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ ମାଲକାନଗିରି ଜିଲ୍ଲାର ମୋଟୁ ସହ ଆନ୍ଧ୍ର, ତେଲେଙ୍ଗାନା ଓ ଛତିଶଗଡ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ରହିଛି। ମୋଟୁ ସୀମାନ୍ତରେ ଅନେକ ଯାନ ବାହାନ ଅଟକି ରହିଛି । ପରିସ୍ଥିତି ଉପରେ ନଜର ରଖିବା ଲାଗି ବିଡିଓ ଓ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମାଲକାନଗିରି ଜିଲ୍ଲାପାଳ ।

Related Articles

Back to top button