
ବ୍ରହ୍ମପୁରରେ ତିନୋଟି ନକଲି ଗୁଟଖା କରାଖାନା ଠାବ
ବ୍ରହ୍ମପୁର: ବ୍ରହ୍ମପୁରରେ ପୁଣି ନକଲି ଗୁଟଖା କରାଖାନା ଠାବ ହୋଇଥିବା ବେଳେ ଅଢେ଼ଇ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସାମଗ୍ରୀ ଜବତ କରାଯାଇଛି । ବ୍ରହ୍ମପୁର ସହର ଉପକଣ୍ଠ ସଦର ଥାନା ଅନ୍ତର୍ଗତ ବାଉଁସିଆପଲ୍ଲୀରେ ଠାବ ହୋଇଛି ତିନୋଟି ନକଲି ଗୁଟଖା କରାଖନା। ପୋଲିସ ଚଢ଼ାଉ କରି ଅଢେ଼ଇ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ପ୍ୟାକିଂ ମେସିନ, ମସଲା ଓ କଞ୍ଚାମାଲକୁ ଜବତ କରିଛି ପୋଲିସ୍ । ବ୍ରହ୍ମପୁର ଏସପି ସର୍ବଣା ବିବେକ ଏମଙ୍କ ନିର୍ଦ୍ଦେଶକ୍ରମେ ଉକ୍ତ ଚଢାଉରେ ସଦର ଥାନା ଓ ନିମାଖଣ୍ଡି ଫାଣ୍ଡିର ବହୁ ଅଧିକାରୀ ସାମିଲ ହୋଇଥିଲେ ।