ରାଜ୍ୟରେ ନକଲି ମେଡିସିନ୍ ନେଇ ତନାଘନା, ବିହାର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ଓଡିଶା ସ୍ୱାସ୍ଥ୍ୟ ସଚିବ

ଭୁବନେଶ୍ୱର  : ରାଜ୍ୟରେ ନକଲି ମେଡିସିନ୍ ନେଇ ତନାଘନା। ବିହାର ସ୍ବାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ଓଡ଼ିଶା ସ୍ୱାସ୍ଥ୍ୟ ସଚିବ। ଓଡ଼ିଶାରେ ଧରା ହୋଇଥିବା ନକଲି ମେଡ଼ିସିନ ଟେଲମା-୪୦, ଟେଲମା-ଏମ ବିହାର ଗୟା ସ୍ଥିତ ଗ୍ଲେନମାର୍କ କମ୍ପାନୀର ଫ୍ୟାକ୍ଟ୍ରିରୁ ଆସୁଛି ।

ତେବେ ପୂର୍ବରୁ ବିହାର ଡ୍ରଗ କଣ୍ଟ୍ରୋଲରଙ୍କୁ ଆମେ ଏନେଇ ଅବଗତ କରାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କୌଣସି ଉତ୍ତର ଆସିନାହିଁ । ଏବେ ଏହାର ତଦନ୍ତ କରିବା ପାଇଁ ରାଜ୍ୟ ସରକାର ଏକ ଟିମ୍ ଗଠନ କରିଛନ୍ତି । ଯେଉଁ ଥିରେ ଆସିଷ୍ଟାଣ୍ଟ ଡ୍ରଗ କଣ୍ଟ୍ରୋଲରଙ୍କ ସମେତ ଦୁଇ ଜଣ ପୋଲିସ ଅଫିସର ଅଛନ୍ତି । ଏମାନେ ବିହାର ଯାଇଛନ୍ତି ନକଲି ମେଡିସିନ୍ ନେଇ ତଦନ୍ତ କରିବା ପାଇଁ । ସେମାନଙ୍କୁ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ବିହାର ସ୍ବାସ୍ଥ୍ୟ ବିଭାଗକୁ ଚିଠି ଲେଖିଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ।

Related Articles

Back to top button