ଦୀର୍ଘକାଳୀନ ରୋଗ ପାଇଁ ଉପକାରୀ ଭିଟାମିନ୍‌ ‘ସି’

ଭିଟାମିନ୍‌ ‘ସି’ରେ ଅନେକ ଉପକାରୀ ଗୁଣ ରହିଛି। ଏହି ଭିଟାମିନ୍‌ ଦୀର୍ଘକାଳୀନ ରୋଗ ପାଇଁ ଲାଭପ୍ରଦ ହୋଇଥାଏ ବୋଲି ଏକ ସଦ୍ୟତମ ଗବେଷଣାରୁ ଜଣାପଡିଛି। ‘ଭିଟାମିନ୍‌ ‘ସି’ ଓ ଦୀର୍ଘକାଳୀନ ରୋଗ’ ଶୀର୍ଷକ ବିଷୟକୁ ନେଇ ୟୁନିଭର୍ସିଟି ଅଫ ଲଣ୍ଡନର ବିଶେଷଜ୍ଞମାନେ ଏକ ସର୍ଭେ କରିଥିଲେ।

ଏହି ସମୟରେ ଦୀର୍ଘକାଳୀନ ରୋଗରେ ପୀଡିତ କେତେକ ରୋଗୀଙ୍କୁ ନିୟମିତ ଭିଟାମିନ୍‌ ‘ସି’ଯୁକ୍ତ ଖାଦ୍ୟ ଖାଇବାକୁ ପରାମର୍ଶ ଦିଆଯାଇଥିଲା। ଅନ୍ୟପକ୍ଷରେ ଏପରି ଖାଦ୍ୟର ପ୍ରଭାବ ସେମାନଙ୍କ ଶରୀର ଉପରେ କିପରି ପଡୁଛି ତାହାକୁ ତନ୍ନ ତନ୍ନ କରି ନିରୀକ୍ଷଣ କରାଯାଇଥିଲା। ଆଶ୍ଚର୍ଯ୍ୟଜନକ ଭାବରେ ସର୍ଭେ ପରିସରଭୁକ୍ତ ରୋଗୀଙ୍କ ମଧ୍ୟରୁ ପ୍ରାୟ ୪୦ ପ୍ରତିଶତ ରୋଗୀ ଏଭଳି ରୋଗରୁ କେତେକାଂଶରେ ଉପଶମ ଲାଭ କରୁଥିବାର ଜଣାପଡିଥିଲା ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ଦୀର୍ଘକାଳୀନ ରୋଗ ପାଇଁ ଏହା ଆଣ୍ଟି ଅକ୍ସିଡ଼ାଣ୍ଟ ଭଳି କାମ କରିଥାଏ। ଉଚ୍ଚ ରକ୍ତଚାପ ଥିବା ରୋଗୀଙ୍କ ପାଇଁ ମଧ୍ୟ ଏହା ଉପକାରୀ ସାବ୍ୟସ୍ତ ହୋଇଥାଏ। ହୃତ୍‌ପିଣ୍ଡକୁ ମଧ୍ୟ ଏହା ସୁସ୍ଥ ରଖିବାରେ ସାହାଯ୍ୟ କରେ। ଆମେ ଖାଉଥିବା ଖାଦ୍ୟ ଯଥା ଅମୃତଭଣ୍ଡା, ପିଜୁଳି, ବ୍ରକୋଲି, ଲିଚୁ, ଷ୍ଟ୍ରବେରୀ, କମଳା ଆଦିରେ ଭିଟାମିନ୍‌ ‘ସି’ ଭରି ରହିଛି।

Related Articles

Back to top button