ପଲିଥିନ ଧରପଗଡ଼, ଜରିମାନା ଆଦାୟ

ବୁଗୁଡା: ବୁଗୁଡା ଏନ୍‌ଏସିରେ ପ୍ରଶାସନ ପକ୍ଷରୁ ଶନିବାର ପଲିଥିନ ଧରପଗଡ଼ କରାଯାଇଥିଲା। ଏନ୍‌ଏସି କାର୍ଯ୍ୟ ନିବାହୀ ଅଧିକାରୀ ରଶ୍ମି ରଞ୍ଜନ ଦାସଙ୍କ ନିର୍ଦ୍ଦେଶ କ୍ରମେ ଅଧିକାରୀମାନେ ବିଭିନ୍ନ ସହରର ବିଭିନ୍ନ ସ୍ଥାନରେ ଚଢାଉ କରି ଯାଞ୍ଚ କାର୍ଯ୍ୟ କରିଥିଲେ। ଏପରି କି ଲୋକଙ୍କୁ ପଲିଥିନ ବ୍ୟବହାର ନ କରିବାକୁ ସଚେତନ କରିଥିଲେ।

ଏପରିକି ଅଧିକାରୀମାନେ ବିଭିନ୍ନ ଦୋକାନରେ ଯାଞ୍ଚ କରି ପଲିଥିନ ଜବତ କରିବା ସହ ୨୬୦୦ ଟଙ୍କା ଜରିମାନା ଆଦାୟ କରିଥିବା ଜଣାପଡିଛି। ଉକ୍ତ ଚଢାଉରେ ଜଗଦୀଶ ପଣ୍ଡା, ସନ୍ତୋଷ କୁମାର ପଣ୍ଡା, ରାମକୃଷ୍ଣ ପଟ୍ଟନାୟକ, ବିରଞ୍ଚି ନାରାୟଣ ପାତ୍ର, ମୁନା ଗୌଡ, ସୁଶାନ୍ତ କୁମାର ଜେନାଙ୍କ ସହ ଅନ୍ୟ କର୍ମଚାରୀ ପ୍ରମୁଖ ସାମିଲ ହୋଇଥିଲେ।

Related Articles

Back to top button