ବର୍ଷା ଲାଗି ଟ୍ବିନ୍‌ ସିଟିରେ ଆଲର୍ଟ

ଭୁବନେଶ୍ୱର: ସାରା ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି। ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଲାଗି ରହିଥିବାରୁ ଟ୍ବିନ୍‌ ସିଟିରେ ଆଲର୍ଟ ଜାରି କରାଯାଇଛି।
ବର୍ଷା ଓ ଘଡ଼ଘଡ଼ି ପାଇଁ କଟକ ଓ ଭୁବନେଶ୍ୱର ଲୋକଙ୍କୁ ସତର୍କ କରାଯାଇଛି। ଜଳବନ୍ଦୀ ସମସ୍ୟା ପୂର୍ବରୁ ଜଳ ନିଷ୍କାସନ ବ୍ୟବସ୍ଥା ପାଇଁ ବିଭାଗୀୟ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
କୌଣସି ଜରୁରୀ କାମ ନ ଥିଲେ ବାହାରକୁ ନ ବାହାରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।

Related Articles

Back to top button