କଟକରେ ନକଲି ମେଡିସିନ୍‌ ବିକ୍ରି ଅଭିଯୋଗରେ ଥାନାରେ ଏତଲା

କଟକ: କଟକରେ ନକଲି ମେଡିସିନ୍‌ ବିକ୍ରି କରିବା ଅଭିଯୋଗରେ ଥାନାରେ ଏତଲା । ମାଣିଘୋଷ ବଜାର ଓ ଜାଉଁଳିଆପଟି ଅଞ୍ଚଳର ଦୁଇଟି ଔଷଧ ଦୋକାନରେ ନକଲି ଔଷଧ ବିକ୍ରି ଅଭିଯୋଗ ନେଇ ପୁରୀଘାଟ ଥାନାରେ ଏତଲା ହୋଇଛି । ଡ୍ରଗ୍ସ ଇନ୍ସପେକ୍ଟରଙ୍କ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି ।

ବେଶ୍‌ କିଛି ଦିନର ବ୍ୟବଧାନ ପରେ କଟକରେ ପୁଣିଥରେ ନକଲି ଔଷଧ ଠାବ ହୋଇଛି । ନକଲି ଔଷଧ କାରବାର ଅଭିଯୋଗରେ  ଡ୍ରଗ କଣ୍ଟ୍ରୋଲର ବିଭାଗ ପକ୍ଷରୁ କଟକର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ଏହି କ୍ରମରେ ଏକ ନାମୀ କମ୍ପାନୀର ଔଷଧକୁ ନକଲି କରାଯାଉଥିବା ତଥ୍ୟ ସାମ୍ନାକୁ ଆସିଛି । ଫଳସ୍ବରୂପ ଚଢାଉ ସମୟରେ ଜବତ ହୋଇଥିବା ଔଷଧର ନମୁନା ସଂଗ୍ରହ କରି ସେଗୁଡ଼ିକୁ ପରୀକ୍ଷା ପାଇଁ ଡ୍ରଗ କଣ୍ଟ୍ରୋଲର ବିଭାଗ ପରୀକ୍ଷାଗାରକୁ ପଠାଇଛି ।

ତେବେ ପ୍ରାଥମିକ ସ୍ତରରେ ଜବତ ହୋଇଥିବା ଔଷଧଗୁଡ଼ିକ କେବଳ ନକଲି ନୁହେଁ ବରଂ ବିଶାକ୍ତ ବୋଲି ଜଣାପଡିଛି। କଟକର ମାଣିକଘୋଷ ବଜ଼ାର ଅଞ୍ଚଳରେ ଥିବା ଭି ଆର ଦୁର୍ଗା ଏଜେନ୍ସି ନାମକ ଏକ ଡିସଟିବ୍ୟୁଟରଙ୍କ ଜରିଆରେ କାରବାର ହୋଇଥିବା ୧୫ ଲକ୍ଷ ଟଙ୍କାର ସନ୍ଦିଗ୍ଧ ବିଷାକ୍ତ ଔଷଧକୁ ବଜାରରୁ ପ୍ରତ୍ୟାହାର କରାଯାଉଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Related Articles

Back to top button