ଶିମିଳିପାଳ ଜଙ୍ଗଲରେ ୧୩ ଟି ସ୍ଥାନରେ ଲାଗିଛି ନିଆଁ

ଅସହ୍ୟ ତାତି ଓ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଲାଣି । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଏବେ ଓଡିଶାର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି । ଶିମିଳିପାଳ ଉତ୍ତର ଜୋନ ବନ୍ୟପ୍ରାଣୀ ବନଖଣ୍ଡ ଅଧିନରେ ୧୩ ଟି ସ୍ଥାନରେ ନିଆଁ ଲାଗିଛି । ଖବର ପାଇ ଘଟଣାସ୍ଥଳରେ ଫାୟାର ସ୍କୋଡ , ବନ କର୍ମଚାରୀ ପହଂଚି ନିଆଁକୁ ଆୟତ କରିବା ପାଇଁ ଚେଷ୍ଟା ଜାରିରଖିଛନ୍ତି । ସେପଟେ ପୁରୀ ଜିଲ୍ଲା କାକଟପୁର ପାଖରେ ଥିବା ଗଣିପୁର ଜଙ୍ଗଲରେ ନିଆଁ ଲାଗିଛି । ଏହାସହ ଗଣିପୁର ଜଙ୍ଗଲ ପାଖରେ ଥିବା ପାଖୁଡି ବଣରେ ମଧ୍ୟ ନିଆଁ ଲାଗିଥିବା ଜଣାପଡିଛି । ଏନେଇ ସ୍ଥାନୀୟ ଲୋକ ଅଗ୍ନିଶମ ବାହିନୀ କୁ ଖବର ଦେଇଥିଲେ । ତେବେ ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚିଲା ବେଳକୁ ନିଆଁରେ ପ୍ରାୟ ୨୦ ଏକର ବଣ ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି । ଏବଂ ୪ ଘଣ୍ଟା ପରିଶ୍ରମ କରି ୪ଟି ଅଗ୍ନିଶମ ବାହୀନି ନିଆଁକୁ ଆୟତ କରିଛନ୍ତି ।

Related Articles

Back to top button