ଖରା ପାଇଁ ଏୟାର କୁଲିଙ୍ଗ୍ ହେଲମେଟ୍ ପିନ୍ଧିଲେ ଟ୍ରାଫିକ ପୋଲିସ

ଖରା ପାଇଁ ଏୟାର କୁଲିଙ୍ଗ୍ ହେଲମେଟ୍ ପିନ୍ଧିଲେ ଟ୍ରାଫିକ ପୋଲିସ । ଆଜି ଏହି ହେଲମେଟ୍ ପରୀକ୍ଷାମୂଳକ ଭାବେ ଆରମ୍ଭ କରିଛି କମିଶନରେଟ ପୋଲିସ । ପ୍ରଚଣ୍ତ ଖରାରୁ ରକ୍ଷା ପାଇବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରିଛି ପୋଲିସ । ବ୍ୟାଟ୍ରି ମାଧ୍ୟମରେ ଏହି ହେଲମେଟ୍ ଚାର୍ଜ ହେବ । ଥରେ ଚାର୍ଜ ହୋଇଗଲେ ୮ ଘଣ୍ଟା ପର୍ଯ୍ୟନ୍ତ ଚାର୍ଜ ରହିବ ।

ପୋଲିସ କମିଶନର ଏହି ହେଲମେଟ୍ କୁ ପରୀକ୍ଷା ମୂଳକ ଭାବେ ଜଣେ ଟ୍ରାଫିକ କର୍ମଚାରୀଙ୍କୁ ପ୍ରଦାନ କରିଛନ୍ତି । ସଫଳ ହେଲେ ସବୁ ଟ୍ରାଫିକ କର୍ମଚାରୀଙ୍କୁ ଏହା ପ୍ରଦାନ କରାଯିବ ବୋଲି ପୋଲିସ ଅଧିକାରୀ କହିଛନ୍ତି । ପୂର୍ବରୁ ଗୁଜରାଟ ପୋଲିସ ବ୍ୟବହାର କରିଛି । ଘଟଣାସ୍ଥଳରେ କମିଶନର ସଞ୍ଜୀବ ପଣ୍ଡା, ଟ୍ରାଫିକ୍ ଡିସିପି ପିକେ ରାଉତ ଓ ଏସିପି ଶରତ କୁମାର ସାହୁ ଉପସ୍ଥିତ ଥିଲେ ।

Related Articles

Back to top button