ଭୁବନେଶ୍ୱର ଲୋକସେବା ଭବନରେ ଅଗ୍ନିକାଣ୍ଡ

ଭୁବନେଶ୍ୱର ଲୋକସେବା ଭବନରେ ଲାଗିଲା ନିଆଁ । ଲୋକସେବା ଭବନର ରାଜସ୍ୱ ବିଭାଗ କୋଠାର ପ୍ରଥମ ମହଲାରେ ନିଆଁ ଲାଗିଥିବାର ସୂଚନା ମିଳିଛି।

ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଜାରି ରଖିଛି । ନିଆଁ କଣ ପାଇଁ ଲାଗିଲା ସେ କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ସର୍ଟ ସର୍କିଟରୁ ନିଆଁ ଲାଗିଛି ବୋଲି ଅନୁମାନ କରାଯାଉଛି । ଲୋକସେବା ଭବନରେ ନିଆଁ ଲାଗିଥିବାରୁ ଏଠାରେ କଣ କ୍ଷୟକ୍ଷତି ହୋଇଛି ତାହା ଏ ସ୍ପଷ୍ଟ ହୋଇନାହିଁ । ଏହି ସମୟରେ ରାଜସ୍ୱ ବିଭାଗ କୋଠାରେ କେହି କର୍ମଚାରୀ ଥିଲେ କି ନାହିଁ ତାହା ଜଣାପଡିନାହିଁ । ଅନ୍ୟପଟରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବା ପାଇଁ ପ୍ରୟାଶ ଚଳାଇଛି ।

Related Articles

Back to top button