ଭୁବନେଶ୍ୱରରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଓ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱରରେ ପହଞ୍ଚିଛନ୍ତି ଦୁଇକେନ୍ଦ୍ର ମନ୍ତ୍ରୀ। ଦିନିକିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ଦୁଇ କେନ୍ଦ୍ରମନ୍ତ୍ରୀ। ଆଜି କେନ୍ଦ୍ର ସୂଚନା ଓ ପ୍ରସାରଣ ତଥା ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପହଞ୍ଚିଛନ୍ତି। ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଦୁଇ କେନ୍ଦ୍ର ମନ୍ତ୍ରୀଙ୍କୁ ଦଳ ତରଫରୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।

୨୦୨୪ରେ ଓଡ଼ିଶାରେ ଫୁଲ୍ ଦମରେ ଲଢ଼ିବ ବିଜେପି। ଓଡ଼ିଶା ଗସ୍ତରେ ଆସି ସାମ୍ୱାଦିକ ସମ୍ମିଳନୀ କରି ଏହା କହିଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ, ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର। ସେ କହିଛନ୍ତି ବିଜେପି କାର୍ଯ୍ୟକର୍ତ୍ତାଙ୍କ ଦଳ। ଓଡ଼ିଶାରେ ବି କାର୍ଯ୍ୟକର୍ତ୍ତାଙ୍କ ଦମରେ ଲଢ଼ିବ ବିଜେପି ଆଉ ଭଲ ଫଳାଫଳ ମଧ୍ୟ କରିବ। ଏହା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ବଢ଼ିଛି। ଏବେ ବି ୭୮ ପ୍ରତିଶତ ଲୋକପ୍ରିୟତା ରହିଛି। ପ୍ରଧାନମନ୍ତ୍ରୀ ଐତିହାସିକ ନାରୀ ଶକ୍ତି ବନ୍ଦନ ବିଲ୍ ପାସ୍ କରିଛନ୍ତି। ଦେଶର ମହିଳାଙ୍କ ଜୀବନଧାରାରେ ଅନେକ ପରିବର୍ତ୍ତନ ଆସିପାରିଛି। ଗଣତନ୍ତ୍ରରେ ଜନତା ବଡ଼। ତେଣୁ ଓଡ଼ିଶାରେ ବିଜେପି ନିଜ ଦମରେ ଲଢ଼ି ଭଲ ଫଳାଫଳ କରିବ।

ସେ ଆହୁରି କହିଛନ୍ତି, ଓଡ଼ିଶାକୁ କେଉଁଠି ଭେଦଭାବ କରିନୁ। ଓଡ଼ିଶାରେ କେନ୍ଦ୍ରୀୟ ଯୋଜନାର ଦୁର୍ନୀତିର କାର୍ଯ୍ୟାନୁଷ୍ଠାନ ନେବ କେନ୍ଦ୍ର। ପଶ୍ଚିମବଙ୍ଗରେ ମଧ୍ୟ ଆବାସ ଏବଂ ଅନ୍ୟ କେନ୍ଦ୍ରୀୟ ଯୋଜନାରେ ଦୁର୍ନୀତି ହୋଇଥିଲା। କେନ୍ଦ୍ର ସରକାର ତାଙ୍କୁ ନୋଟିସ କରିଥିଲେ। ମନରେଗା ଯୋଜନାରେ ଦୁର୍ନୀତିଗ୍ରସ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନହେବା ଯାଏଁ ପଶ୍ଚିମବଙ୍ଗକୁ ମନରେଗା ଅନୁଦାନ ବନ୍ଦ ହୋଇଥିଲା। ଓଡ଼ିଶାରେ ବି କେନ୍ଦ୍ରୀୟ ଯୋଜନାରେ ବି କାର୍ଯ୍ୟାନୁଷ୍ଠାନ ହେବ। ଓଡ଼ିଶା ସରକାରଙ୍କୁ ଏନେଇ ନୋଟିସ ଦିଆଯାଇଛି। ଉତ୍ତର ନମିଳିଲେ ପୁଣି ନୋଟିସ ହେବ। ଏହା ସହ ଓଡ଼ିଶାକୁ କେନ୍ଦ୍ରୀୟ ଅନୁଦାନର ହିସାବ ଦେଇଛନ୍ତି ଅନୁରାଗ ଠାକୁର। କଂଗ୍ରେସ ସରକାର ସମୟରେ ଓଡ଼ିଶାକୁ ମାତ୍ର ୨ ଲକ୍ଷ କୋଟି ୬୩ ହଜାର ୨୪୩ କୋଟି ମିଳିଥିଲା ହେଲେ ଏନଡିଏ ସରକାର ବେଳେ ଏହା ୧୮ ଲକ୍ଷ ୮୩ ହଜାର ୬୫୪ କୋଟିରେ ପହଞ୍ଚିଛି। ଏନଡିଏ ସମୟରେ ୫୦ ହଜାର କୋଟି ରାଜସ୍ୱ ମିଳିଛି ଖଣି କ୍ଷେତ୍ରରୁ। କଂଗ୍ରେସ ସମୟରେ ମାତ୍ର ୫ ହଜାର କୋଟି ମିଳୁଥିଲା। ଓ୍ବାନ ନେସନ୍ ଓ୍ବାନ୍ ଟ୍ୟାକ୍ସରୁ ମଧ୍ୟ ଓଡ଼ିଶାକୁ ଲାଭ ମିଳିଛି

ଏହି ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ମଧ୍ୟ ଉପସ୍ଥିତ ଥିଲେ।

Related Articles

Back to top button