ଏଣିିକି ବିନା ଫିଟ୍‌ନେସ୍‌ରେ ଚାଲୁଥିବା ଅଳିଆ ଗାଡିର ହେବ ଯାଞ୍ଚ: ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ

ଭୁବନେଶ୍ୱର: ବିନା ଫିଟନେସରେ ଚାଲୁଥିବା ଅଳିଆ ଗାଡ଼ିର ହେବ ଯାଞ୍ଚ। ଏହି ସୁଚନା ଦେଇଛନ୍ତି ଭୁବନେଶ୍ବର ମହାନଗର ନିଗମ କମିଶନର ବିଜୟ ଅମୃତ କୁଲାଙ୍ଗେ। ବିଏମସି ଅଧିନରେ ଲାଗିଥିବା ଅଳିଆ ଗାଡ଼ି ଗୁଡିକ ଏଜେନ୍ସି ମାଧ୍ୟମରେ ଲାଗିଥାଏ । ତେଣୁ ଏନେଇ ଏଜେନ୍ସିଙ୍କୁ ତାଗିଦ କରାଯିବ । ଯେଉଁ ଗାଡ଼ିର ଫିଟନେସ ବା ପର୍ମିଟ ବା ଅନ୍ୟାନ୍ୟ କାଗଜପତ୍ର ଠିକ ନଥିବ, ସେ ଗାଡ଼ି ଗୁଡ଼ିକକୁ ବାହାର କରାଯିବ । ଏନେଇ ଆରମ୍ଭ ହେବ ଯାଞ୍ଚ ପ୍ରକ୍ରିୟା। ଏହାଛଡ଼ା ପରିମଳ ନିୟମ ଯେପରି ଅଳିଆଗାଡ଼ି ଗୁଡ଼ିକ ମାନିବେ।  ସେନେଇ ମଧ୍ୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ବିଏମସି କମିଶନର ।

Related Articles

Back to top button