ରାଜଧାନୀରୁ ଷ୍ଟିଲସିଟିକୁ ଉଡ଼ିଲା ବିମାନ

ଭୁବନେଶ୍ୱର: ଭୁବନେଶ୍ୱରରୁ ରାଉରକେଲାକୁ ଉଡ଼ି‍ବ ବିମାନ। ଭିଡିଓ କନଫରେନ୍ସିଂରେ ଶୁଭାରମ୍ଭ କକରିଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିମାନବନ୍ଦରରେ ସବୁଜ ପତାକା ଦେଖାଇ ଭୁବନେଶ୍ୱର-ରାଉରକେଲା ବିମାନ ଉଡାଣର ଫ୍ଲାଗ୍ ଅଫ୍ କରିଛନ୍ତି।

ଆଜି ଭୁବନେଶ୍ୱର ଛାଡ଼ିଲା ପରେ ବିମାନଟି ପୂର୍ବାହ୍ନ ୧୧ଟା ୪୦ରେ ରାଉରକେଲାରେ ପହଞ୍ଚିବ । ଏହାପରେ ମଧ୍ୟାହ୍ନ ୧୨ଟା ୫ରେ ବିମାନ ରାଉରକେଲାରୁ ବାହାରି ଭୁବନେଶ୍ୱର ବିମାନବନ୍ଦରରେ ଦିନ ୧ଟାରେ ପହଞ୍ଚିବ । ତେବେ ଆସନ୍ତା ୧୨ ତାରିଖରୁ ଏହି ରୁଟରେ ଭୁବନେଶ୍ୱର-ରାଉରକେଲା ବିମାନ ଦୈନିକ ଉଡାଣ ଆରମ୍ଭ କରିବ ।

ପ୍ରତିଦିନ ଅପରାହ୍ନ ୨ଟା ୫୫ରେ ବିମାନ ଭୁବନେଶ୍ୱର ଛାଡ଼ି ୩ଟା ୫୦ରେ ରାଉରକେଲାରେ ପହଞ୍ଚିବ । ସେହିପରି ରାଉରକେଲାରୁ ଅପରାହ୍ନ ୪ଟା ୧୫ରେ ବାହାରି ଭୁବନେଶ୍ୱରରେ ୫ଟା ୧୦ରେ ପହଞ୍ଚିବ । ଭୁବନେଶ୍ୱରରୁ ରାଉରକେଲା ଟିକଟର ମୂଲ୍ୟ ୨୮୦୩ ଟଙ୍କା ରହିଥିବା ବେଳେ ରାଉରକେଲାରୁ ଭୁବନେଶ୍ୱର ଟିକେଟର ଦାମ ୨୭୨୧ ଟଙ୍କା ରହିଛି ।  ଆଲାଏନ୍ସ ଏୟାର ଦ୍ୱାରା ଚଳାଚଳ କରିବାକୁ ଥିବା ଏହି ବିମାନରେ ଏକକାଳୀନ ୭୨ ଜଣ ଯାତ୍ରୀ ଯାଇପାରିବେ।

Related Articles

Back to top button