ଜାନୁଆରୀ ୧୧ ତାରିଖରୁ ରାଜ୍ୟବ୍ୟାପୀ ଟ୍ରକ ଧର୍ମଘଟ

ଭୁବନେଶ୍ବର: ଜାନୁଆରୀ ୧୧ ତାରିଖରୁ ରାଜ୍ୟବ୍ୟାପୀ ଟ୍ରକ ଧର୍ମଘଟ ଡାକରା ଦିଆଯାଇଛି। ୫ ଦଫା ଦାବିରେ ଟ୍ରକ ମାଲିକ ସଂଘ ପକ୍ଷରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ ଡାକରା ଦିଆଯାଇଛି। ଏ ସଂକ୍ରାନ୍ତରେ ରାଜ୍ୟ ଟ୍ରକ ମାଲିକ ସଂଘ ସଭାପତି ବିଭୂ ପ୍ରସାଦ ଦାସଙ୍କ ସୂଚନା ଦେଇଛନ୍ତି।

ରାଜ୍ୟ ଟ୍ରକ୍ ମାଲିକ ସଂଘ ପକ୍ଷରୁ ୫ ଦଫା ଦାବିରେ ଜାନୁଆରୀ ୧୧ ତାରିଖ ମଧ୍ୟରାତ୍ରୀରୁ ରାଜ୍ୟବ୍ୟାପୀ ଟ୍ରକ୍ ଧର୍ମଘଟ ଡାକରା ଦିଆଯାଇଛି ବୋଲି କଟକ ଜିଲାର ଖୁଣ୍ଟୁଣୀ ଟ୍ରକ୍ ମାଲିକ ସଂଘ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଟ୍ରକ୍ ମାଲିକ ସଂଘ ସଭାପତି ବିଭୂତି ପ୍ରସାଦ ଦାସ ଏହି ସୂଚନା ଦେଇଛନ୍ତି। ୧୫ ବର୍ଷ ଅତିକ୍ରମ କରି ସାରିଥିବା ଗାଡ଼ି ଗୁଡ଼ିକୁ ରାସ୍ତାରୁ ହଟାଇବାକୁ ସରକାର ଦେଇଥିବା ନିର୍ଦେଶକୁ ସଂଘ ବିରୋଧ କରୁଛି। ଏହି ଅବଧିକୁ ୨୦ ବର୍ଷକୁ ବୃଦ୍ଧି କରିବାକୁ ଆମେ ଦାବି କରୁଛୁ। ଏହା ସମେତ ମୋଟ ୫ ଦଫା ଦାବି ସଂପର୍କରେ ଆମେ ରାଜ୍ୟ ସରକାରଙ୍କୁ ଅବଗତ କରାଇଛୁ। କିନ୍ତୁ ଏ ସଂପର୍କରେ ରାଜ୍ୟ ସରକାର ଅଦ୍ୟାବଧି କିଛି ନିଷ୍ପତ୍ତି ନେଇ ନାହାନ୍ତି। ରାଜ୍ୟ ଟ୍ରକ୍‌ ମାଲିକ ସଂଘର ଏହି ଧର୍ମଘଟ ଡାକରାକୁ ଅଲ୍‌ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସ (AIMTC) ସମର୍ଥନ ଜଣାଇଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି।

Related Articles

Back to top button