ସୁବର୍ଣ୍ଣରେଖାରେ ବନ୍ୟା: ୩ ବ୍ଲକ ଜଳମଗ୍ନ

ବାଲେଶ୍ୱର: ବାଲେଶ୍ୱର ଜିଲାରେ ପ୍ରବାହିତ ସୁବର୍ଣ୍ଣରେଖାରେ ବନ୍ୟା ଆସିଛି। ଫଳରେ ବାଲିଆପାଳ, ଭୋଗରାଇ, ଜଳେଶ୍ୱର ବ୍ଲକର ସମସ୍ତ ଅଞ୍ଚଳ ଜଳବନ୍ଦୀ। ରବିବାର ରାତି ୩ରୁ ୧୧.୯୦ ମିଟର, ସୋମବାର ୯ଟା ସମୟ ପର୍ଯ୍ୟନ୍ତ ସ୍ଥିର ରହିଛି। ମଧ୍ୟାହ୍ନ ୧୨ଟା ସୁଦ୍ଧା ୧୩ ମିଟରରେ ପହଞ୍ଚିବ। ବନ୍ୟାକୁ ନେଇ ସ୍ଥାନୀୟ ବାସିନ୍ଦା ଆତଙ୍କିତ ଅବସ୍ଥାରେ ରହିଛନ୍ତି। ସବୁଠି ପ୍ରଶାସନିକ ସେବା ପହଞ୍ଚିବା ସମ୍ଭବ ହୋଇପାରୁନି। ମଣିଷଠାରୁ ଆରମ୍ଭ କରି ଜୀବଜନ୍ତୁ ଭୟ ଓ ବିକଳରେ ରହିଛନ୍ତି। ବାଲିଆପାଳ ବ୍ଲକର ୨୫ ପଞ୍ଚାୟତ ପାଣି ଘେରରେ ଥିବା ବେଳେ ଏହି ବ୍ଲକର ବିଷ୍ଣୁପୁର ପଞ୍ଚାୟତର ରସୁଲପୁର ଗାଁ ନଦୀ ପାଖରେ ଘାଇ ହେବାର ସମ୍ଭାବନା ରହିଛି।

Related Articles

Back to top button