‘ପୁଷ୍ପା – ଦ ରୁଲ୍‌’ର ଖୁବ୍‌ ଶୀଘ୍ର ଆରମ୍ଭ ହେବ ସୁଟିଂ

ମୁମ୍ବାଇ: ଅଲ୍ଲୁ ଅର୍ଜୁନ -ରଶ୍ମିକା ମନ୍ଦନାଙ୍କ କ୍ୟାରିୟରର ସବୁଠାରୁ ବଡ ଚଳଚ୍ଚିତ୍ର ପୁଷ୍ପା । ଖୁବ୍‌ ଶୀଘ୍ର ତାଙ୍କର ଦ୍ୱିତୀୟ ଭାଗ ନିର୍ମାଣ ହେବାକୁ ଯାଉଛି। ପୁଷ୍ପା ଦି ରାଇଜ୍ ବକ୍ସ ଅଫିସରେ ସୁପର ଡୁପର ହିଟ୍‌ ହୋଇଥିଲା । ଏହାର ପ୍ରଥମ ପାର୍ଟ ବ୍ଲକବଷ୍ଟର ହେବା ପରେ ପ୍ରଶଂସକଙ୍କ ପାଇଁ ଆଉ ଏକ ଖୁସି ଖବର ଅଛି । ଫିଲ୍ମର ସିକ୍ୱେଲ ପୁଷ୍ପା ଦି ରୁଲ୍‌ର ସୁଟିଂ ଆରମ୍ଭ ହେବାକୁ ଯାଉଛି।

ପୁଷ୍ପା ନିର୍ମାତାମାନେ ଫିଲ୍ମର ଦ୍ୱିତୀୟ ପାର୍ଟର ସୁଟିଂ ପୂର୍ବରୁ ପୂଜା ସମାରୋହରେ ଘୋଷଣା କରିଛନ୍ତି। ପୂଜାର ଫଟୋ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି। ଅଲ୍ଲୁ ଅର୍ଜୁନଙ୍କ ପ୍ରଶଂସକମାନେ ଏହି ଫଟୋକୁ ସେୟାର କରୁଛନ୍ତି । ହିନ୍ଦୁ ଦେବା ଦେବୀଙ୍କ ଫଟୋରେ ରଖାଯାଇଥିବା ବେଳେ ଫୁଲରେ ପୁଷ୍ପା ରୁଲ୍‌ ଲେଖାଯାଇଥିବା ନଜର ଆସିଛି।

ନିର୍ମାତାମାନେ ସୋସିଆଲ ମିଡିଆରେ ପୂଜା ସମାରୋହ ବିଷୟରେ ସୂଚନା ଦେଇଥିଲେ, ପ୍ରଶଂସକମାନେ ଏହି ଦିନକୁ ଖୁବ୍‌ ଉତ୍ସାହିତ ସହିତ ଅପେକ୍ଷା କରିଥିଲେ । ନିର୍ମାତାମାନେ ପୋଷ୍ଟ ସେୟାର ଲେଖିଛନ୍ତି – ପୁଷ୍ପା ରାଜ୍‌ ଫେରୁଛି । ଭାରତରେ ବାହୁବଲୀ ପରେ ଅନ୍ୟ ଏକ ଫିଲ୍ମର ସିକ୍ୱେଲ ଆସିବାକୁ ଯାଉଛି। ପ୍ରଶଂସକମାନେ ଏହି ଖବରରେ ଏତେ ଖୁସି ଯେ କମେଣ୍ଟ କରିବାରେ ଲାଗିଛନ୍ତି।

Related Articles

Back to top button