କଳାହାଣ୍ଡି ଜିଲ୍ଲାର ନଦୀ କୂଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି

ଧର୍ମଗଡ: କଳାହାଣ୍ଡି ଜିଲ୍ଲାରେ ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ  l  ଆଗକୁ ମଧ୍ୟ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ l ଜିଲ୍ଲାରେ ଗତ ତିନି ଦିନ ଧରି ଲଗାତର ବର୍ଷା ହେଉଥିବାରୁ ନଦୀ ନାଳ ଗୁଡିକରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଜିଲ୍ଲାରେ ଅନେକ ମୁଖ୍ୟ ରାସ୍ତାରେ ଜଳ ପ୍ରଭାବିତ ହେଉଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ରହିଛି l ଲଗାତାର ପ୍ରବଳ ବର୍ଷା ଏବଂ ଇନ୍ଦ୍ରାବତୀ ଜଳଭଣ୍ଡାର ମଙ୍ଗଳପୁର ବ୍ୟାରେଜରୁ ଜଳ ନିଷ୍କାସନ ପାଇଁ ଦୁଇଟି ଗେଟ୍ ଖୋଲି ଦିଆଯାଇଥିବାରୁ ନଦୀ କୂଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି l

ନଦୀ କୂଳିଆ ଗାଁଗୁଡିକରେ ପାଣି ପଶିବାରୁ ଭୟର ବାତାବରଣ ଦେଖାଦେଇଛି । ଚାଷ ଜମିଗୁଡିକ ଜଳମଗ୍ନ ହୋଇଥିବାରୁ ବର୍ତ୍ତମାନ ଚିନ୍ତାରେ ଚାଷୀ  l କଳାହାଣ୍ଡି ଜିଲ୍ଲାର ହାତୀ ନଦୀର ବନ୍ୟାଜଳ ମୁଖ୍ୟରାସ୍ତାଗୁଡିକରେ ପ୍ରବାହିତ ହେଉଥିବାରୁ ଜୁନାଗଡ଼ ବ୍ଲକ ଚିଚିଗୁଡାଠାରୁ ଜୁନାଗଡ଼ ପିଡବ୍ଲୁଡି ରାସ୍ତା, କୁରୁଗୁଡାଠାରୁ ନନ୍ଦୋଳ ରାସ୍ତା, ମାଲପଡାଠାରୁ ଖୁ୍ରସେଲଗୁଡା ରାସ୍ତାରେ ଯାତାୟତ ଠପ୍ ହୋଇଛି l ସେହିଭଳି କଳମପୁର ବ୍ଲକ ମାଟିଖାଲଠାରୁ ବିରିପୁର ମଧ୍ୟରେ ଯାତାୟତ ବାଧାପ୍ରାପ୍ତ ରହିଛି ଏବଂ ଧର୍ମଗଡଠାରୁ ଜୁନାଗଡ଼ ଏନଏଚ ୧୩୦ସି ବଡ଼ବସୁଲ ଅପ୍ରୋଚ ପୋଲ ଧୋଇଯିବାରୁ ଏହି ରାସ୍ତାରେ ଯାତାୟତ ଠପ୍ ହୋଇଛି l

Related Articles

Back to top button