ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର: ନୂଆ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କଲେ

ନୂଆ ମହାମେଣ୍ଟରେ ଜେଡ଼ିୟୁ ହାତରେ ମୁଖ୍ୟମନ୍ତ୍ରୀ-ଆରଜେଡ଼ିର ଉପମୁଖ୍ୟମନ୍ତ୍ରୀ-କଂଗ୍ରେସର ବାଚସ୍ପତି ପଦବୀ ନେଇ ଚର୍ଚ୍ଚା

ପାଟନା: ନୀତୀଶ କୁମାର ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସେ ରାଜ୍ୟପାଳ ଫାଗୁ ଚୌହ୍ବାନଙ୍କୁ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରି ତାଙ୍କ ପାଖରେ ନୂଆ ସରକାର ଗଠନ ପାଇଁ ୧୬୦ ବିଧାୟକଙ୍କ ସମର୍ଥନ ଥିବା ଦାବି କରିଛନ୍ତି।
ନୂଆ ମହାମେଣ୍ଟରେ ନୀତୀଶଙ୍କ ଜେଡ଼ିୟୁ ପାଖରେ ମୁଖ୍ୟମନ୍ତ୍ରୀ ପଦବୀ ରହିବ। ସେହିପରି ଆରଜେଡ଼ି ପାଖରେ ଉପମୁଖ୍ୟମନ୍ତ୍ରୀ ପଦବୀ ସହିତ ଗୃହ ମନ୍ତ୍ରଣାଳୟ ରହିବ। ଅପରପକ୍ଷରେ ସହଯୋଗୀ କଂଗ୍ରେସ ପାଖରେ ବାଚସ୍ପତି ପଦବୀ ରହିବ ବୋଲି ମହାମେଣ୍ଟରେ ଚର୍ଚ୍ଚା ହେଉଛି। ଏହା ସହିତ କଂଗ୍ରେସ ପାଖରେ ଆଉ ଗୋଟିଏ ଉପମୁଖ୍ୟମନ୍ତ୍ରୀ ପଦବୀ ରହିବା ନେଇ ମଧ୍ୟ ଆଲୋଚନା କରାଯାଉଛି।

Related Articles

Back to top button