ମୋଟୁରେ ବନ୍ୟା ପରିସ୍ଥିତି, ରାସ୍ତା ଉପରେ ଚାଲୁଛି ଡଙ୍ଗା

ମାଲକାନଗିରି: ମାଲକାନଗିରି ଜିଲ୍ଲା ମୋଟୁରେ ବନ୍ୟା ପରିସ୍ଥିତି ଏଯାଏଁ ଗମ୍ଭୀର ରହିଛି । ତିନି ଦିନ ପରେ ବି ସୀମାନ୍ତ ସିଲେରୁ ଓ ସାବେରୀ ନଦୀରେ ଜଳ ସ୍ତର କମିବାର ନାଧରୁନି । ଶନିବାର ଠାରୁ ଆଜି ମୋଟୁରେ ଫୁଟେ ଅଧିକ ବଢିଛି ଜଳସ୍ତର। ମୁଗି ପଏଣ୍ଟ ଠାରୁ ତିନି କିଲୋମିଟର ମୋଟୁ ତହସିଲ କାର୍ଯ୍ୟାଳୟ ପର୍ଯ୍ୟନ୍ତ ମାଡି ଆସିଛି ବନ୍ୟା ପାଣି । ଅନେକ ଗାଁ ଜଳବନ୍ଦୀ ହୋଇପଡିଥିବା ବେଳେ ରାସ୍ତା ଉପରେ ଡଙ୍ଗା ଚାଲୁଛି ।

ସେପଟେ ମୋଟୁ ସହରର ତଳିଆ ଅଞ୍ଚଳର ଲୋକଙ୍କୁ ବନ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। ବନ୍ୟାର ଭୟାବହତାକୁ ଦେଖି ହଷ୍ଟେଲ ଛାତ୍ରଛାତ୍ରୀ ମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ମୋଟୁ ଠାରୁ ଏମଭି-79 ପର୍ଯ୍ୟନ୍ତ ଜାତୀୟ ରାଜପଥ ଉପରେ ଅଟକି ରହିଛି ଶହ ଶହ ଟ୍ରକ ଅଟକି ରହିଛି

ସିଲେରୁ ପୋଲ ଆରପଟେ ଥିବା ଏକ ଢାବାରେ ଚାରି ଜଣ ଲୋକ ଫସି ରହିଥିବା ବେଳେ ସେମାନଙ୍କୁ ଓଡ୍ରାଫ ଟିମ ଉଦ୍ଧାର କରିଛନ୍ତି । ମୋଟୁରେ ଏମରଜେନ୍ସି ଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ବନ୍ୟା ଉପରେ ନଜର ରଖିଛି ପ୍ରଶାସନ । ଗୋଦାବରୀର ଜଳସ୍ତର ବଢୁଥିବା ବେଳେ ,ପୋଲାଭରମ ପ୍ରକଳ୍ପର ବ୍ୟାକ୍ ୱାଟର୍ ଯୋଗୁଁ ସିଲେରୁ ଓ ସାବେରୀ ନଦୀରେ ଜଳ ସ୍ତର ବୃଦ୍ଧି ପାଇବାରେ ଲାଗିଛି ।

Related Articles

Back to top button