ଶ୍ରାବଣର ପ୍ରଥମ ସୋମବାର: ବୋଲବମ ଲାଗି ଲିଙ୍ଗରାଜ ମନ୍ଦିରରେ ସ୍ବତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର: ଆଜି  ଶ୍ରାବଣ ମାସର ପ୍ରଥମ ସୋମବାର । ପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ବୋଲବମ ଭକ୍ତଙ୍କ ଭିଡ଼କୁ ଲକ୍ଷ କରି ଭୁବନେଶ୍ୱର ସହରାଞ୍ଚଳ ପୁଲିସ ତରଫରୁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି । ଭୁବନେଶ୍ୱର ଡିସିପିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଲିଙ୍ଗରାଜ ମନ୍ଦିରକୁ ବହୁ ଭକ୍ତଙ୍କ ଆଗମନ ଯୋଗୁଁ ରାସ୍ତାରେ ଯେପରି କୌଣସି ପ୍ରକାର ଟ୍ରାଫିକ ସମସ୍ୟା ସୃଷ୍ଟି ନହୁଏ ସେଥି ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି ।

ଚଳିତ ଶ୍ରାବଣ ମାସରେ ପଡୁଥିବା ୪ଟି ସୋମବାରକୁ ଆଖି ଆଗରେ ରଖି କାର୍ଯ୍ୟକ୍ରମକୁ ସୁରୁଖୁରୁରେ ସମ୍ପାଦନ କରିବା ନିମନ୍ତେ ଜଣେ ଆଡିସନାଲ ଡିସିପି, ୫ଜଣ ଏସିପି, ୮ଜଣ ଇନ୍ସପେକ୍ଟର, ୪୩ଜଣ ଏସଆଇ ଏବଂ ଏଏସଆଇ, ୬ପ୍ଲାଟୁନ ଫୋର୍ସ ଏବଂ ୫୦ଜଣ ହୋମଗାର୍ଡଙ୍କୁ ଡ୍ୟୁଟିରେ ମୁତୟନ କରଯାଇଛି ।

ଓଡ୍ରାଫ ଟିମ୍ ଓ ଫାୟାର ବିଭାଗକୁ ମଧ୍ୟ ସଜାଗ ରହିବା ନିମନ୍ତେ ନିର୍ଦ୍ଦେଶ ରହିଛି । ସେହିପରି ମନ୍ଦିର ବେଢାରେ ମଧ୍ୟ ବ୍ୟାରିକେଡର ବ୍ୟବସ୍ଥା କରାଯିବା ସହ ଜରୁରୀ ସେବା ଯୋଗାଇ ଦେବା ନିମନ୍ତେ ଫାଷ୍ଟେଡ଼୍ ୟୁନିଟ ଏବଂ ମୋବାଇଲ ମେଡ଼ିକାଲ ୟୁନିଟକୁ ସଜାଗ ରହିବା ନିମନ୍ତେ କୁହାଯାଇଛି ।

Related Articles

Back to top button