ଜଳକା ନଦୀରେ ବନ୍ୟା: ଜଳେଶ୍ୱରରେ ବିପଦ ସଙ୍କେତ ଉପରେ ବନ୍ୟାପାଣି

ଜଳେଶ୍ୱର : ପୁଣି ଜଳକା ନଦୀରେ ବନ୍ୟା । ଲଘୁଚାପ ଯୋଗୁଁ ଉପର ମୁଣ୍ଡରେ ପ୍ରବଳ ବର୍ଷା ପାଇଁ ଜଳକା ନଦୀରେ ବନ୍ୟା ଦେଖାଦେଇଛି । ତେବେ ମଥାନୀ ଠାରେ ବିପଦ ସଂକେତ ୫.୫୦ ମିଟର ଥିଲା ବେଳେ ସକାଳ ୬ଟା ସୁଦ୍ଧା ୬.୨୯ ମିଟରରେ ପ୍ରଭାବିତ ହେଉଛି ବନ୍ୟା ପାଣି  ।

ସେହିପରି ଉପର ମୁଣ୍ଡରେ ତିନି ଦିନଧରି ଲଗାଣ ଲଘୁଚାପ  ବର୍ଷା  ଲାଗି ରହିଥିବା ଯୋଗୁଁ ମୟୁରଭଞ୍ଜ ଜିଲ୍ଲା ଶୁଳିଆପଦା ,ମୁରୁଡା, ଚିତ୍ରଡା, ରସଗୋବିନ୍ଦ ପୁର ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ଦେଖିବାକୁ ମିଳିଛି । ଫଳରେ ଜଳକା ନଦୀରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ଜଳକା ନଦୀରେ ବନ୍ୟା ଆସିଥିବା ଯୋଗୁଁ ତଳିଆ ଅଞ୍ଚଳ ଲୋକଙ୍କ ମଧ୍ୟରେ ଭୟ ଦେଖାଦେଇଛି  । ବନ୍ୟା ହେଲେ ବସ୍ତା ବ୍ଲକର ୧୩ଟି ପଞ୍ଚାୟତର ୨୦ରୁ ଅଧିକ ଗାଁ ପତ୍ରଝଡା ,ସଦାନନ୍ଦପୁର ,ବାହାର୍ଦା, ମଥାନୀ, ଦୁଧହଂସା ,ରାଉତପଡା, ଗଡ଼ପଦା , କୁଡ଼ିଆ ,ବାସିଚକୁରି, ଦରଡ଼ା, ବ୍ରାହ୍ମଦା, ବରୁଣ ଗଡିଆ  ସଦର ବ୍ଲକରେ ଦୁଇଟି ପଞ୍ଚାୟତ ରସଲପୁର, ଶ୍ରୀରାମପୁର ପଞ୍ଚାୟତରେ ୧୦ରୁ ଅଧିକ ଗାଁ ବନ୍ୟାରେ ପ୍ରଭାବିତ ହେବାର ସମ୍ଭାବନା ରହିଛି ।

Related Articles

Back to top button