ବିଶାଖାପାଟଣା-କିରନ୍ଦୁଲ ପାସେଞ୍ଜର ଟ୍ରେନ ଜୟପୁର ନିକଟରେ ଲାଇନଚ୍ୟୁତ, ୨ ନିଲମ୍ବିତ

ଭୁବନେଶ୍ବର: ବିଶାଖାପାଟଣା-କିରଣ୍ଡୁଲ ପାସେଞ୍ଜର ଟ୍ରେନ୍‌ ଲାଇନଚ୍ୟୁତ ହୋଇଛି। ଜୟପୁର ଛତ୍ରିପୁଟ ନିକଟରେ ଟ୍ରେନର ୪ଟି ବଗି ଲାଇନଚ୍ୟୁତ ହୋଇଯାଇଛି। ଏଥିରେ ଗୋଟିଏ ସ୍ଲିପର କ୍ଲାସ୍‌ ଓ ୩ଟି ଜେନେରାଲ କୋଚ୍‌ ଲାଇନଚ୍ୟୁତ ହୋଇଛି। ତେବେ ଆଶ୍ବସ୍ତିକର ବିଷୟ ଯେ ଏଥିରେ କୌଣସି ଯାତ୍ରୀ ଆହତ ହୋଇନାହାନ୍ତି। ଏନେଇ ଘଟଣାସ୍ଥଳକୁ ବରିଷ୍ଠ ରେଳ ଅଧିକାରୀ ଯିବା ସହିତ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି। ଏଥିସହିତ ଫସିଥିବା ଯାତ୍ରୀମାନଙ୍କୁ ନେବାକୁ ବିକଳ୍ପ ବ୍ୟବସ୍ଥା ହେଉଥିବା କୁହାଯାଉଛି।
ଏହି ଘଟଣାରେ ରେଳ ବିଭାଗ ପକ୍ଷରୁ ତ୍ବରିତ ପଦକ୍ଷେପ ନିଆଯାଇ ୨ ଜଣଙ୍କୁ ନିଲମ୍ବିତ କରାଯାଇଛି। ଜଣେ ସେକ୍ସନ ଇଞ୍ଜିନିୟର ଓ ଜଣେ ଗ୍ୟାଙ୍ଗମ୍ୟାନ୍‌ ନିଲମ୍ବିତ ହୋଇଛନ୍ତି। ଏନେଇ ଡିଆର୍‌ଏମ୍‌ ଅନୁପ୍‌ ଶତପଥୀ ସୂଚନା ଦେଇଛନ୍ତି।

Related Articles

Back to top button