୩ଟି ଜିଲ୍ଲାରେ ଖୋଲିବ ଲୋକନୃତ୍ୟ ପ୍ରଶିକ୍ଷଣ କେନ୍ଦ୍ର

ଲୋକନୃତ୍ୟର ପୁନରୁଦ୍ଧାର ପାଇଁ ଓଡ଼ିଶା ସଙ୍ଗୀତ ଏକାଡେମୀ ତରଫରୁ ପଦକ୍ଷେପ ଗ୍ରହଣ କରାଯାଇଛି । ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ରେ ରାଜ୍ୟର ୩ଟି ଜିଲ୍ଲାରେ ଲୋକନୃତ୍ୟ ପ୍ରଶିକ୍ଷଣ କେନ୍ଦ୍ର ଖୋଲିବ । ଏଥିପାଇଁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ତରଫରୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯିବ । ଏହା ମାଧ୍ୟମରେ ଜିଲ୍ଲାର ୩୦ ଜଣ କଳାକାର ବର୍ଷତମାମ ପ୍ରଶିକ୍ଷଣ ପାଇବେ ଓ ୨ ଜଣ ଦକ୍ଷ ଗୁରୁ ସେମାନଙ୍କୁ ପ୍ରଶିକ୍ଷଣ ଦେବେ । ସେଥିପାଇଁ ସରକାରଙ୍କ ତରଫରୁ ଆର୍ଥିକ ସହାୟତା ପ୍ରଦାନ କରାଯିବ ।

ଚଳିତ ଆର୍ଥିକ ବର୍ଷରେ କୋରାପୁଟ, ସମ୍ବଲପୁର ଓ ଭଦ୍ରକ ଜିଲ୍ଲାରେ ଲୋକନୃତ୍ୟ ପ୍ରଶିକ୍ଷଣ କେନ୍ଦ୍ର ଖୋଲିବ । ଆଗାମୀ ଦିନରେ ରାଜ୍ୟର ୩୦ଟି ଜିଲ୍ଲାରେ ୩୦ଟି ଆର୍ଟ ଫର୍ମକୁ ନେଇ ପ୍ରଶିକ୍ଷଣ କେନ୍ଦ୍ର ଖୋଲାଯିବା ନେଇ ସଙ୍ଗୀତ ନାଟକ ଏକାଡେମୀ ତରଫରୁ ଯୋଜନା ପ୍ରସ୍ତୁତ କରାଯାଇଛି । ପ୍ରତ୍ୟେକ ଜିଲ୍ଲାର ସ୍ୱତନ୍ତ୍ର ପରିଚୟ ରହିଥିବା ବେଳେ ଲୋକକଳା କିଭଳି ଉକ୍ତ ଜିଲ୍ଲାର ପରିଚୟ ପାଲଟିବ ସେଥିପାଇଁ ଏକାଡେମୀ ପକ୍ଷରୁ ଉଦ୍ୟମ କରାଯାଉଥିବା ଏକାଡେମୀର ସଚିବ ସୂଚନା ଦେଇଛନ୍ତି ।

Related Articles

Back to top button