୫ ଦିନ ଯାଏଁ ଉତ୍ତର ଓ ଉପକୂଳ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ଜାରି ରହିବ ।

ଦୁଇ ଦିନ ତଳୁ ଛୁଇଁଛି ମୌସୁମୀ । ମୌସୁମୀ ବାୟୁ ଆଗକୁ ବଢ଼ିବାକୁ ସ୍ଥିତି ଅନୁକୂଳ ନାହିଁ। ମୌସୁମୀ ବାୟୁ ଆଗାମୀ ତିନିରୁ ଚାରି ଦିନ ପର୍ଯ୍ୟନ୍ତ ଅଗ୍ରସର ନ ହୋଇପାରେ । ବର୍ତ୍ତମାନ ଉତ୍ତର ପଶ୍ଚିମ ଦିଗରୁ ପବନ ପ୍ରବେଶ କରୁଛି । ଯାହାର ପ୍ରଭାବରେ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳି ଅନୁଭୁତ ହେଉଛି । ଆଗାମୀ ୫ ଦିନ ଯାଏଁ ଉତ୍ତର ଓ ଉପକୂଳ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ଜାରି ରହିବ ।

ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଆଗାମୀ ୨୪ ଘଣ୍ଟା ପାଇଁ ୧୧ ଜିଲ୍ଲାକୁ ୟେଲୋ ଆଳ ଆଲର୍ଟ ଜାରି କରାଯାଇଛି । ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ ଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଜପତି ଓ ଗଞ୍ଜାମ ଞ୍ଜାମ ଜିଲ୍ଲାର ତାପମାତ୍ର ମାତ୍ରା ୪୦ରୁ ୪୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇପାରେ ଇପାରେ । ଗରମ, ଗୁଳୁଗୁଳି ଭିତରେ ରାଜ୍ୟର କିଛି ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ପବନ ହେବାର ସମ୍ଭାବନା ରହିଛି ।

Related Articles

Back to top button