ଜୁନ୍ ୧୨ ଅର୍ଥାତ୍ ବୁଧବାର ଶପଥ ନେବେ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ।

ଜୁନ୍ ୧୨ ଅର୍ଥାତ୍ ବୁଧବାର ଶପଥ ନେବେ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ। ଅପରାହ୍ଣ ୪ଟା ୪୫ରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ପାଠ ଉତ୍ସବ ହେବ। ୨ଟା ୧୦ରେ ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପହଞ୍ଚିବେ। ବିମାନ ବନ୍ଦରରୁ ସିଧା ରାଜଭବନ ଯିବେ ପ୍ରଧାନମନ୍ତ୍ରୀ। ବିଜେପି ସରକାରର ଶପଥ ଉତ୍ସବରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ରାଜଭବନରୁ ବାହାରି ପ୍ରଧାନମନ୍ତ୍ରୀ ରୋଡ୍ ଶୋ’ କରିବା ପରେ ଜନତା ମଇଦାନ ସମାରୋହରେ ପ୍ରଧାନମନ୍ତ୍ରୀ ପହଞ୍ଚିବେ।ସୁରକ୍ଷାକୁ ଦୃଷ୍ଟିରେ ରଖି କମିଶନରେଟ ପୁଲିସ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। କାର୍ଯ୍ୟକ୍ରମ ନେଇ ପୁଲିସ କମିଶନର ସଞ୍ଜୀବ ପଣ୍ଡାଙ୍କ ପକ୍ଷରୁ ସୂଚନା ମିଳିଛି। ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ହୋଟେଲ ଓ ନାଇଟ ବ୍ଲକିଂ ଓ ଚେକିଂ କଡାକଡି ଚାଲିଛି। ଶପଥ ଗ୍ରହଣ ସଭାସ୍ଥଳରେ ସବୁଦିନ ଚେକିଂ କରାଯାଉଛି। ସମ୍ପୂର୍ଣ୍ଣ ଜନତା ମଇଦାନକୁ ସିସିଟିଭି ନଜରରେ ରଖାଯାଇଛି। ଟ୍ରାଫିକ୍ ସମସ୍ୟା ନଉପୁଯିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଯେକୌଣସି ପରିସ୍ଥିତିର ସାମ୍ନା କରିବାକୁ ଅଗ୍ନିଶମ ବିଭାଗ ସଜାଗ ରହିଛି।

Related Articles

Back to top button