ପୂର୍ବତନ ସାଂସଦ ପାଟ୍ଟଶାଣୀ ବିଜେଡି ଛାଡୁଥିବା ନେଇ ଚର୍ଚ୍ଚା ଜୋର ଧରିଛି

ବିଜେଡିରେ ଟିକେଟ୍ ନ ପାଇ ଦଳ ଛାଡିଲେଣି ଅଧାରୁ ଅଧିକ ନେତା। ଏବେ ଚର୍ଚ୍ଚାରେ ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ପ୍ରସନ୍ନ ପାଟଶାଣୀ। ଭୁବନେଶ୍ୱରର ୫ ଥରର ପୂର୍ବତନ ସାଂସଦ ପାଟ୍ଟଶାଣୀ ବିଜେଡି ଛାଡୁଥିବା ନେଇ ଚର୍ଚ୍ଚା ଜୋର ଧରିଛି।

ଚଳିତ ନିର୍ବାଚନରେ ସେ ଭୁବନେଶ୍ୱର ଲୋକସଭା ଆସନରୁ ବିଜେଡି ଟିକେଟ ପାଇଁ ଆଶାୟୀ ଥିଲେ। ହେଲେ ତାଙ୍କୁ ବିଜେଡି ଟିକେଟ ଦେଇନଥିଲା ପରେ ତାଙ୍କୁ ଚିଲିକା ବିଧାନସଭା ଆସନରୁ ପ୍ରାର୍ଥୀ କରାଯିବ ବୋଲି କୁହାଯାଉଥିଲା। ଯଦିଓ ସେହି ଆସନରୁ ବିଜେଡି ପ୍ରାର୍ଥୀ ଘୋଷଣା ଏଯାଏଁ କରିନାହିଁ, ତଥାପି ତାଙ୍କୁ ଟିକେଟ ମିଳିବା ଆଶା ଖୁବ କମ ଥିବାରୁ ପାଟ୍ଟଶାଣୀ ଏବେ ଦଳ ଛାଡିବେ ବୋଲି କୁହାଯାଉଛି। ତେବେ ପାଟ୍ଟଶାଣୀ ଏ ସମ୍ପର୍କରେ ନିଜେ କିଛି ସ୍ପଷ୍ଟ କରିନାହାନ୍ତି।

କିଛି ଦିନ ପୂର୍ବରୁ ପ୍ରସନ୍ନ ପାଟ୍ଟଶାଣୀଙ୍କ ଜ୍ୱାଇଁ ପ୍ରିୟଦର୍ଶୀ ମିଶ୍ର ବିଜେଡି ଛାଡ଼ି ବିଜେପିରେ ମିଶିଥିଲେ । ସେ ଏବେ ଉତ୍ତର ଭୁବନେଶ୍ୱରର ବିଜେପିର ପ୍ରାର୍ଥୀ ହୋଇଛନ୍ତି । ଆଉ ଏବେ ଜ୍ବାଇଁ ପରେ ଶଶୁର ବି ଦଳ ଛାଡି ପାରନ୍ତି ବୋଲି ଚର୍ଚ୍ଚା ରହିଛି ।

Related Articles

Back to top button