କେରଳରେ ପୁଣି ନିପା ଭାଇରସ

କେରଳରେ ପୁଣି ନିପା ଡର। କୋଝିକୋଡ୍ ରେ ଜାରି ହୋଇଛି ଆଲର୍ଟ। ଏକ ଘରୋଇ ହସ୍ପିଟାଲରେ, ଜ୍ବରରେ ଦୁଇ ଜଣଙ୍କ ମୃତ୍ୟ ପରେ କେରଳ ସ୍ବାସ୍ଥ୍ୟ ବିଭାଗ ଆଲର୍ଟ ଜାରି କରିଛି। ମୃତକଙ୍କ ସମ୍ପର୍କୀୟ ଏବେ ଆଇସିୟୁରେ ଅଛନ୍ତି। ସନ୍ଦେହ କରାଯାଉଛି, ନିପା ସଂକ୍ରମଣରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି।

ଏ ଘଟଣା ପରେ କେରଳ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ନିପା ଭାଇରସର ବାହକ ବାଦୁଡି। ଏହି ଭାଇରସ ଜୀବଜନ୍ତୁଙ୍କଠାରୁ ମଣିଷକୁ ଆସିଥାଏ। ଅନେକ ସମୟରେ ଏହି ଭାଇରସ ଘାତକ ସାବ୍ୟସ୍ତ ହୋଇଥାଏ।

୨୦୧୮ରେ କୋଝିକୋଡ ଏବଂ ମାଲାପୁରମରେ ନିପା ଭାଇରସ ସଂକ୍ରମଣ ଦେଖିବାକୁ ମିଳିଥିଲା। ୨୦୨୧ରେ ମଧ୍ୟ କୋଝିକୋଡରେ ଜଣେ ନିଫା ସଂକ୍ରମିତ ଚିହ୍ନଟ ହୋଇଥିଲେ। ବର୍ତ୍ତମାନ ପୁଣି କେରଳରେ ନିପା ଡର। ଏହା ଜଣେ ସଂକ୍ରମଣ ବ୍ୟକ୍ତିଙ୍କ ଠାରୁ ଅନ୍ୟ ଜଣଙ୍କୁ ବି ହୋଇ ଥାଏ ।

ଏହି ରୋଗରେ ଲକ୍ଷଣ :

ସାଧାରଣ ଜରରୁ ହାଇ ଟେମ୍ବରଚର ଦେହରେ ଦେଖା ଦେବା , ମୁଣ୍ଡ ବିନ୍ଧା, କଫ ଓ କ୍ଲାନ୍ତ ଲାଗିବା, ଏନସେଫାଲାଇଟସ ଓ ଶ୍ୱାସ ସମ୍ବନ୍ଧୀୟ ଅସୁବିଧା ଆଦି ଦେଖାଦେଇଥାଏ ।

ଚିକିତ୍ସା :

ଏହାର କିଛି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ । କେବଳ ସପୋଟିଭ କେୟାର ଓ ଆଣ୍ଟି ଭାଇରାଲ ଡ୍ରଗ୍ସ ଓ ଜର ଓ ବିନ୍ଧାବିନ୍ଧି ଚିକିତ୍ସା ସହ ଇଣ୍ଟ୍ରାଭେନସ ଫ୍ଲୁଇଡ ଚିକିତ୍ସା ଜରୁରୀ ହୋଇଥାଏ ।

Related Articles

Back to top button